ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ପାର୍ଟି ଅଫିସରେ ଜୟ ଢୋଲକିଆ । ରାଜ୍ୟ ବିଜେପି ପାର୍ଟି ଅଫିସରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । କିଛି ସମୟ ଭିତରେ ବିଧିବଦ୍ଧ ଭାବେ ପଦ୍ମ ଧରିବେ ବୋଲି ସୂଚନା ରହିଛି । ପାର୍ଟି ଅଫିସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ତମାମ ବରିଷ୍ଠ ନେତାଙ୍କ ଭିଡ ଦେଖାଦେଇଛି । ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ପଦଯାତ୍ରାରେ ଜୟ ଢୋଲକିଆଙ୍କୁ ଦେଖିବାକୁ ମିଳିନଥିଲା। ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ ଜୟ ଢୋଲକିଆ ବିଜେପି ଆଡ଼କୁ ଢଳୁଛନ୍ତି। ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଖା କରିଛନ୍ତି । ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।









