15.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶକୃଷି ମନ୍ତ୍ରୀଙ୍କ ଉପରେ ବର୍ଷିଲେ ଜଗଦୀପ ଧନଖଡ଼

କୃଷି ମନ୍ତ୍ରୀଙ୍କ ଉପରେ ବର୍ଷିଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପ୍ରଶ୍ନ ପଚାରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ସହିତ କାହିଁକି ଆଲୋଚନା କରାଯାଉନାହିଁ? ସେମାନଙ୍କୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିର ଫଳାଫଳ କ’ଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ସୂଚନା ମୁତାବକ ମଞ୍ଚ ଉପରେ ଥିବା କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ ପଚାରିଥିଲେ , ଆପଣଙ୍କ ପୂର୍ବରୁ ଯିଏ କୃଷି ମନ୍ତ୍ରୀ ଥିଲେ, ସେ ଚାଷୀମାନଙ୍କୁ କିଛି ଲିଖିତ ପ୍ରତିଶ୍ରୁତି ଦେଇଥିଲେ କି? ଯଦି ପ୍ରତିଶ୍ରୁତି ଦିଆଯାଇଥିଲା, ତା’ହେଲେ ଏଯାବତ କାହିଁକି ପାଳନ କରାଯାଇ ନାହିଁ। ଚାଷୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ଚେତାବନୀ ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ କୌଣସି ଶକ୍ତି ସେମାନଙ୍କ (ଚାଷୀଙ୍କ) ସ୍ୱରକୁ ଚପାଇ ପାରିବ ନାହିଁ। ଆମେ କ’ଣ ଚାଷୀ ଓ ସରକାରଙ୍କ ମଧ୍ୟରେ ଏକ ପାଚେରୀ ତିଆରି କରିପାରିବା? ମୁଁ ବୁଝିପାରୁନି କାହିଁକି ଏପର୍ଯ୍ୟନ୍ତ ଚାଷୀଙ୍କ ସହିତ ଆଲୋଚନା କରାଯାଇନାହିଁ। ଏହା ତାଙ୍କୁ ଚିନ୍ତିତ କରିଛି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking