13.1 C
Bhubaneswar
Sunday, December 7, 2025
Homeଓଡିଶାଜଗତସିଂହପୁର ଦୁଷ୍କର୍ମ: ଜଣେ ଗିରଫ

ଜଗତସିଂହପୁର ଦୁଷ୍କର୍ମ: ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତନାଘନା କରାଯାଉଛି । ୨୪ ଘଣ୍ଟା ଭିତରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତାକୁ ଅନ୍ୟ ଜିଲ୍ଲାରୁ ଗିରଫ କରାଯାଇଛି । ଆଉ ଜଣ ଚିହ୍ନଟ ହୋଇଛି । ଖୁବଶୀଘ୍ର ତାକୁ ବି ଗିରଫ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି । ତିନୋଟି ଟିମ ଗଠନ କରି ତଦନ୍ତ କରୁଛି ଜଗତସିଂହପୁର ପୋଲିସ । ପୀଡିତା ଦୁଇଜଣ ଅଜଣା ବ୍ୟକ୍ତି ଙ୍କ ନାଁରେ ଅଭିଯୋଗ କରିଛନ୍ତି । ଆଜି କ୍ରାଇମ ସ୍ପଟରେ ପହଞ୍ଚି ତଦନ୍ତ କରିଛି ସାଇଣ୍ଟିଫିକ ଟିମ । ଜଗତସିଂହପୁର ସଦରଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ଅବସ୍ତାରେ ପୀଡିତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ତୟକେନ୍ଦ୍ରେରେ ଭର୍ତ୍ତି କରାଯାଇଛି । ଜନ୍ମ ଦିନରେ ଯୋଗ ଦେବା ପାଇଁ ଜଣଙ୍କ ଘରକୁ ଯିବା ବେଳେ ବାଟରେ ୧୮ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking