ଭୁବନେଶ୍ୱର : ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗା ପ୍ରଧାନ । ଦ୍ୱିତୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଜଗା । ସୂଚନାଯୋଗ୍ୟ ଯେ, ବିଜେପି ପକ୍ଷରୁ ନାମ ଘୋଷଣା ପରେ ଆଜି ବିଧାନସଭାକୁ ଆସି ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ମମତା ମହନ୍ତ । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ନାମାଙ୍କନରେ ପ୍ରସ୍ତାବକ ରହିଥିଲେ । ହେଲେ ଏହାପରେ ଅପରାହ୍ନରେ ଜଗନ୍ନାଥ ପ୍ରଧାନ ଆସି ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବା ବଡ ପ୍ରଶ୍ନ ସୃଷ୍ଟି କରିଛି ।