ଭୁବନେଶ୍ୱର: ୪ ନମ୍ବର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ବିଏମସି ଅଧିକାରୀଙ୍କ ସହ ସମୀକ୍ଷା ପରେ ମେୟର ସୁଲୋଚନା ଦାସ ଏନେଇ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ । ଆମିଷ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗିବାକୁ ମେୟର ତାଗିଦ କରିଛନ୍ତି । ଏହା ସହ ପ୍ଲାଷ୍ଟିକ ଡ୍ରମ୍ରେ ଆବର୍ଜନା ରଖିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ମେୟର କହିଛନ୍ତି ଅମାନିଆଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ।










