26.1 C
Bhubaneswar
Sunday, December 7, 2025
Homeଓଡିଶାପରାଜୟ ସ୍ୱୀକାର କଲେ ଭଲ: ପୃଥ୍ୱୀରାଜ

ପରାଜୟ ସ୍ୱୀକାର କଲେ ଭଲ: ପୃଥ୍ୱୀରାଜ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ତେଜିଛି ରାଜନୈତିକ ବୟାନବାଜି । କଂଗ୍ରେସର ପରାଜୟ ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟାକୁୁ କଟାକ୍ଷ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଯେ ହାରିବାର ଅନେକ କାରଣ ବାହାରେ, ଜିତିବାର କାରଣ କେବଳ ଜୟ । ନିଜ ଦୁର୍ବଳତା ଲୁଚାଇବାକୁ ଅନେକ କଥା କୁହନ୍ତି ରାଜନୈତିକ ଦଳ । ନିଜ ପରାଜୟ ସ୍ୱୀକାର କଲେ ଭଲ ହୁଅନ୍ତା । ସୂଚନାଯୋଗ୍ୟ, କଂଗ୍ରେସର ପରାଜୟ ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଆମ ଦଳର ବିଭୀଷଣଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲୁ । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ।

ଆମ ବିଭୀଷଣଙ୍କୁ ଖୋଜୁଛୁ: ଭକ୍ତ ଦାସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking