27.1 C
Bhubaneswar
Tuesday, September 24, 2024
Homeଓଡିଶାଦାଉ ସାଧୁଛି ଜୁଆଙ୍ଗ ଦମ୍ପତିଙ୍କୁ ଲଗାଣ ବର୍ଷା

ଦାଉ ସାଧୁଛି ଜୁଆଙ୍ଗ ଦମ୍ପତିଙ୍କୁ ଲଗାଣ ବର୍ଷା

ଯାଜପୁର : ସରକାର ଙ୍କ ଯୋଗାଣ ଗୁଡିକ ଫଳପ୍ରଦ ହେଉ ନାହଁ l ଯୋଜନା ଗୁଡିକ କେବଳ କାଗଜ କଲମ ରେ ଚାଲିଛି l ଜନ ପ୍ରତି ମାନଂକ ମିଶି ସରକାରୀ ପଦସ୍ଥ ଅଧିକାରୀ ଓ କର୍ମଚାରୀ ମାନେ ଯୋଜନା ଗୁଡିକ ଘୋଟଲା କରିବାରେ ଲାଗି ଛନ୍ତି l ଯୋଗ୍ୟ ହିତା ଧିକାରୀ ଯୋଜନା ରୁ ବଂଚିତ ହୋଇ ଭିକ ମାଗୁଛନ୍ତି l ଗତ ସରକାର ସମୟ ରେ ଯୋଜନା ମାଳ ମାଳ କରି ଥିଲେ ସେଗୁଡ଼ିକ ଭାଷଣ ବାଜି ଖବକାଗଜମାନଙ୍କରେ ବିଜ୍ଞାପନ ରେ ସିମୀତ ରହିଗଲା l ଯୋଜନା ଗୁଡିକ ରେ ଯୋଗ୍ୟ ହିତାଧିକାରୀ ଙ୍କ ପାଖ ରେ ପହଁଚିଲା ନାହିଁ l ଏବେ ସରକାର ବଦଳିଲା l ଲୋକ ମାନେ ପୁର୍ବ ସରକାର କୂ ପଦ ଚ୍ୟୁତ କଲେ l ଏବେ ଡବଲ ଇଞ୍ଜିନି ସରକାର l ଯୋଗ୍ୟ ହିତା ଅଧିକାରୀ ଯେଉଁ ନୁଖୁରା ସେହି ନୁଖୁରା l ସୁକିନ୍ଦା ବ୍ଲକ ର ମାଙ୍କିଡିଆ ଜନ ଜାତି କ୍ଷେତ୍ରରେ ଦେଖି ବାକୁ ମିଳୁଛି l ଭିକ ମାଗୁଛି ମାଙ୍କିଡ଼ିଆ ଦମ୍ପତି l ଦୁର୍ଘଟଣାରୁ ବାପା ଗୁରୁତର, ମେଡିକାଲରେ ମାଆ ଭୋକ ଉପାସ ସହି କୁଡ଼ିଆରେ ପଡ଼ିଛନ୍ତି ୪ ଶିଶୁ l ଉତ୍କଟ ଅଭାବ ଓ ଲଗାଣ ବର୍ଷା ଦାଉରୁ ଜଙ୍ଗଲକୁ ଯାଇ କାଠ କାଟିବା ସମ୍ଭବ ହେଲାନି। ଘରେ ଭୋକରେ ଆଉଟୁପାଉଟୁ ୬ ଶିଶୁ ସନ୍ତାନ। ଏଣୁ ବାଧ୍ୟହୋଇ ମାଙ୍କିଡ଼ିଆ ଦମ୍ପତି ଭିକ ମାଗିବାକୁ ଘରୁ ଗୋଡ଼ କାଢ଼ିଥିଲେ। ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଢେଙ୍କାନାଳ ଜିଲ୍ଲା ବିରାଶାଳ ହାଟ, ବଜାର ଓ ଆଖପାଖ ଗାଁ ଗଣ୍ଡା ବୁଲି ହାତ ପତାଇ ଭିକ୍ଷା ବୃତ୍ତି କରି ପେଟ ପୋଷୁଛନ୍ତି l ରତ୍ନଗର୍ଭା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ମହ୍ଲାରସାହି ମାଙ୍କିଡ଼ିଆ ବସ୍ତିର ପିତେଇ ଓ ବିଜୁ ମାଙ୍କିଡ଼ିଆ। ଗତ ଗୁରୁବାର ବିରାଶାଳ ଉଡ଼ାଜାହାଜ ପଡ଼ିଆ ପାଖ ସଡ଼କରେ ଏକ ବାଇକ୍‌ ଧକ୍କାରେ ବିଜୁଙ୍କ ଡାହାଣ ଗୋଡ଼ ୨ ଖଣ୍ଡ ହୋଇଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି କଟକ ବଡ଼ ଡାକ୍ତରଖାନା ପଠାଇଛନ୍ତି। ସେ ସେଠାରେ ବିଜୁ ୪ ଦିନ ଧରି ଚିକିତ୍ସିତ ହେଉଛନ୍ତି। ପରଦିନ ସାନଝିଅ ପ୍ରିୟା(୨)କୁ କୋଳରେ ଧରି ପିତେଇ ମେଡିକାଲ୍‌ରେ ସ୍ବାମୀଙ୍କ ସେବା ଶୁଶ୍ରୂଷା କରୁଛନ୍ତି। ପେଟ ପାଇଁ ନାବାଳକ ବଡ଼ପୁଅ ତୁତୁଡ଼ ଘର ଛାଡ଼ି ଅନ୍ୟତ୍ର କାମଧନ୍ଦା ଖୋଜୁଥିବା ଜଣାପଡ଼ିଛି। ଏମିତିରେ ଭୋକ ଉପାସରେ ୪ ଶିଶୁ ସନ୍ତାନ ଝିଅ ଝୁମୁକା(୧୩), ୨ ପୁଅ ବାବ୍‌ଲି(୧୧) ଓ ହୁଲି(୯), ଝିଅ ସୁଜୁନି(୭) ଏବେ ନିଜ କୁଡ଼ିଆରେ ଅସହାୟ ଅବସ୍ଥାରେ ରହିଥିବା ଦେଖା ଯାଇଛି। ସେମାନଙ୍କ ଦୟନୀୟ ସ୍ଥିତିକୁ ନେଇ ପୂର୍ବତନ ୱାର୍ଡମେମ୍ବର ଦମ୍ପତି ମାର୍ଥା ଓ ସନିଆ ମାଙ୍କିଡ଼ିଆ ଦୁଃଖ ପ୍ରକାଶ କରି ସହାୟତା ନିବେଦନ କରିଛନ୍ତି।
ଭୂମିହୀନ ପିତେଇ ଓ ବିଜୁ ଜନ୍ମରୁ ଉତ୍କଟ ଦାରିଦ୍ର୍ୟ ଭିତରେ ବଞ୍ଚି ରହିଛନ୍ତି। ରାସନ ଚାଉଳ ଗଣ୍ଡାକ ଏହି ୮ ଜଣିଆ ପରିବାରର ଏକମାତ୍ର ସମ୍ବଳ। ୩ ମାସ ତଳୁ ଉଠାଇ ଥିବା ଚାଉଳ ଗଣ୍ଡାକ ମାସେ ବି ଗଲାନି। ଲଗାଣ ବର୍ଷା ପାଇଁ ଘରୁ ଗୋଡ଼ କାଢ଼ିବା କଷ୍ଟକର ବ୍ୟାପାର ଥିବାରୁ ଲୁଣଲଙ୍କା ଲଗାଇ ଦୈନିକ ୩ ରୁ ୪ ବେଳା ଖାଲି ଭାତ ଖାଇବାରୁ ଚାଉଳ ସବୁ ସରିଗଲା। ଏହି ଦମ୍ପତିଙ୍କୁ ଭିକ ମାଗିବା ଛଡ଼ା ଅନ୍ୟ ପନ୍ଥା ନଥିଲା ବୋଲି ଗ୍ରାମବାସୀ କହନ୍ତି। ଦାନରେ ମିଳୁଥିବା ପୁରୁଣା ଚିରାଫଟା ପୋଷାକରେ ପରିବାର ସାରା ଶରୀର ଢ‌ାଙ୍କିଥାନ୍ତି। ଏହି ପରିବାର ଏଯାବତ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ନିରକ୍ଷର ଥିବା ଏହି ଦମ୍ପତିଙ୍କ ସବୁ ସନ୍ତାନ ଶ୍ରୀଅକ୍ଷର ବିବର୍ଜିତ। ୩ ଜଣ ପିଲାଙ୍କ ନାମ ଗାଁ ପାଖ ସ୍କୁଲରେ ପଡ଼ୁଥିଲେ ହେଁ ସେମାନେ ଅକ୍ଷର ଚିହ୍ନି ପାରୁନାହାନ୍ତି କି ପ୍ରଥମ ଶ୍ରେଣୀ ବହିର ନାଁ କରିପାରୁନାହାନ୍ତି। ଏହି ଗରିବ ଶିଶୁମାନଙ୍କ ମଙ୍ଗଳ ପାଇଁ ପ୍ରଶାସନ ପକ୍ଷରୁ ଏଯାବତ୍ ଉଦ୍ୟମ ହୋଇନଥିବା ଅଭିଯୋଗ ହୁଏ। ଏଠାରେ ଶିଶୁ ବିକାଶ ଏବଂ ସେମାନଙ୍କ ସୁରକ୍ଷା ଓ ଅଧିକାର ଅପହଞ୍ଚ ରହିଛି। ଖୋଲାମେଲା ପାଲଢଙ୍କା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଥିବା ଏହି ଶିଶୁମାନଙ୍କ ସାମାଜିକ ନିରାପତ୍ତା ବିପନ୍ନ ହୋଇଛି। ଜନ ପ୍ରତି ନିଧି ମାନେ ଏ ସମ୍ପର୍କ ସେମାନଂକୁ ଜଣା ନାହିଁ l ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏ ସମ୍ପର୍କ ରେ ଦୁଷ୍ଟି ଦେବା ପାଇଁ ଦାବୀ ହେଉ ଅଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking