26.1 C
Bhubaneswar
Tuesday, March 24, 2026
Homeଓଡିଶାଜୟ ଢୋଲକିଆଙ୍କୁ ଜିତାଇ ବିଧାନସଭାକୁ ପଠାଇବା ସବୁ କାର୍ଯ୍ୟକର୍ତାଙ୍କ ଦାୟିତ୍ୱ: ଅଭିନନ୍ଦନ ପଣ୍ଡା

ଜୟ ଢୋଲକିଆଙ୍କୁ ଜିତାଇ ବିଧାନସଭାକୁ ପଠାଇବା ସବୁ କାର୍ଯ୍ୟକର୍ତାଙ୍କ ଦାୟିତ୍ୱ: ଅଭିନନ୍ଦନ ପଣ୍ଡା

– ବିଜେପି ସରକାର ଉପରେ ନୂଆପଡ଼ାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଛି
– ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତିବେ ଜୟ ଢୋଲକିଆ

ନୂଆପଡ଼ା: ଓଡ଼ିଶାର ଜନସାଧାରଣଙ୍କ ଆର୍ଶୀବାଦରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି। ନୁଅପଡ଼ାରେ ମଧ୍ୟ ଜନସାଧାରଣଙ୍କ ଆର୍ଶୀବାଦ ରହିବ। ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ଜିତାଇବା ପାଇଁ ଜନସାଧାରଣ ମନ ବନେଇ ସାରିଲେଣି। ବିରୋଧୀ କେବଳ ନିର୍ବାଚନ ସମୟରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବାବେଳେ ବିଜେପି ସଂଗଠନ ସବୁବେଳେ ସକ୍ରିୟ ରହିଛି। ଲୋକଙ୍କ ସଙ୍ଗେ ଯୋଡ଼ି ହୋଇ ରହିଛି। ସେମାନଙ୍କ ସୁଖ ଓ ଦୁଃଖରେ ସାଙ୍ଗରେ ରହିଛି। ଏଥିଯୋଗୁ ଚଳିତ ଉପନିର୍ବାଚନରେ ବିଜେପି ନିଶ୍ଚୟ ବିଜୟ ଲାଭକରିବ ବୋଲି ବରିଷ୍ଠ ନେତା ଅଭିନନ୍ଦନ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ଯୁବ ଚେହେରା ଭାବେ ଜୟ ଢ଼ୋଲକିଆ ସ୍ଥାନୀୟ ଅଂଚଳର ଯୁବବର୍ଗଙ୍କୁ ବହୁ ପ୍ରଭାବିତ କରିଛନ୍ତି। ତାଙ୍କୁ ଜିତାଇ ବିଧାନସଭାକୁ ପଠାଇବା ପାଇଁ ମୋ ଭଳି ସବୁ କାର୍ଯ୍ୟକର୍ତାମାନେ ଅହରହ ଉଦ୍ୟମ କରୁଛନ୍ତି। ଜଣେ କାର୍ଯ୍ୟକର୍ତା ଭାବେ ବିଜେପିର ଶୀର୍ଷ ନେତୃତ୍ୱ ଯାହାବି ନିର୍ଦ୍ଦେଶ ଦେବେ ତାକୁ ମାନିବାକୁ ପଡିବ। ଯାହାକୁ ବି ବିଜେପି ପ୍ରାର୍ଥୀ କରିବ ତାକୁ ଜିତାଇବା ଦାୟିତ୍ୱ ଆମ ସମସ୍ତଙ୍କ ରହିଛି। ଜୟ ଲକ୍ଷାଧିକ ଭୋଟ ବ୍ୟବଧାନରେ ଏହି ଉପନିର୍ବାଚନରେ ବିଜୟୀ ହେବେ ବୋଲି ଆମ ସମସ୍ତଙ୍କ ଆଶା ଓ ବିଶ୍ୱାସ ରହିଛି। ନୂଆପଡ଼ାର ବିକାଶ ପାଇଁ ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ବିଜେପି ସରକାର। ଏନେଇ ବିଜେପି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ନୂଆପଡ଼ାବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking