28.1 C
Bhubaneswar
Tuesday, March 31, 2026
Homeଓଡିଶାଲାଗିରହିଛି ବର୍ଷା

ଲାଗିରହିଛି ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଅବପାତ , ଆଜି ବି ଲାଗିରହିଛି ବର୍ଷା । ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ , କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ସୂଚନା ଅନୁଯାଇ ,ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଗୋପାଳପୁରଠାରୁ ୬୧୦ କିମି ଦୂରରେ ଅବପାତ। ୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଅବପାତଟି ଗତି କରୁଛି। ପ୍ରଭାବରେ ଆଜି ବି ଉପକୂଳରେ ବର୍ଷା ଲାଗି ରହିଛି, ୪ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଦକ୍ଷିଣ ଓଡ଼ିଶା ସମୁଦ୍ର କୂଳରେ ୪୦ରୁ ୫୦ କିମିରେ ପବନ ଓ ମଝିରେ ମଝିରେ ପବନର ଝଟକା ୬୦ କିମି ଛୁଇଁପାରେ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପ୍ରଶାସନ ସ୍ଥିତି ଉପରେ ନଜର ରଖିବା ସହ କ୍ଷୟକ୍ଷତି ହେଲେ ତୁରନ୍ତ ଏନେଇ ରିପୋର୍ଟ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking