16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆଦିବାସୀ ସଂସ୍କୃତିକୁ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ: ରାଷ୍ଟ୍ରପତି

ଆଦିବାସୀ ସଂସ୍କୃତିକୁ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ: ରାଷ୍ଟ୍ରପତି

ଛତିଶଗଡ: ଛତିଶଗଡର ଅମ୍ବିକାପୁର ସହରରେ ଆୟୋଜିତ ଆଦିବାସୀ ଗୌରବ ଦିବସରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ଦେଶର ବିକାଶ ପରସ୍ପରର ପରିପୂରକ। ଆଦିବାସୀ ସମ୍ପ୍ରଦାୟର ଅବଦାନ ଭାରତର ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଗଠନ କରେ। ଆଦିବାସୀ ସଂସ୍କୃତି ଆମର ଐତିହ୍ୟ ଏବଂ ପରିଚୟ। ଏହାକୁ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ।

ତାଙ୍କ ଅଭିଭାଷଣରେ, ମୁର୍ମୁ ସହିଦ ବିର୍ସା ମୁଣ୍ଡା ଏବଂ ଛତିଶଗଡ଼ ମହାତାରୀଙ୍କୁ ମନେ ପକାଇ କହିଥିଲେ, “ଦେଶର ସ୍ୱାଧୀନତା ଏବଂ ବିକାଶରେ ଆଦିବାସୀ ସମ୍ପ୍ରଦାୟମାନେ ଅମୂଲ୍ୟ ଅବଦାନ ଦେଇଛନ୍ତି। ସେମାନଙ୍କର ପରମ୍ପରା, ସଂସ୍କୃତି ଏବଂ ମୂଲ୍ୟବୋଧ ଭାରତର ଆତ୍ମା।” ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ଭବନରେ ଏକ ନୂତନ ସଂଗ୍ରହାଳୟ, “ଜନଜାତି ଦର୍ପଣ” ପ୍ରତିଷ୍ଠିତ ହୋଇଛି। ହା ଦେଶର ଜନଜାତି ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ରାଷ୍ଟ୍ରପତି ଜଣେ ମହିଳା ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ତାଙ୍କର ଗର୍ବକୁ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସେ ଭାରତୀୟ ମହିଳା କ୍ରିକେଟ ଦଳର ଜଣେ ଉଦୀୟମାନ ଖେଳାଳି କ୍ରାନ୍ତି ଗୌଡ଼ଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “କ୍ରାନ୍ତି ଗୌଡ଼ଙ୍କ ଭଳି ଝିଅମାନେ ଆମ ସମାଜ ପାଇଁ ପ୍ରେରଣା, ସେମାନେ ଦେଖାଇ ଦେଇଛନ୍ତି ଯେ ସୁଯୋଗ ମିଳିଲେ ଆଦିବାସୀ ଯୁବମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିପାରିବେ।”

ସମାରୋହ ସମୟରେ ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ନେତାମାନଙ୍କୁ ସମ୍ମାନିତ କରିଥିଲେ ଏବଂ ଆଦିବାସୀ ବିଦ୍ରୋହର ନାୟକ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେଏହା ସହ ଆଦିବାସୀ ଗୌରବ ଦିବସ ପାଳନର ଅଂଶ ସ୍ୱରୂପ ଆୟୋଜିତ ଲୋକନୃତ୍ୟ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ସେ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ରାମେନ ଡେକା, ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, କେନ୍ଦ୍ର ରାଜ୍ୟମନ୍ତ୍ରୀ ଦୁର୍ଗା ଦାସ ଉଇକେ ଏବଂ ଅନେକ ଜନପ୍ରତିନିଧି ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking