24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଜୀବନରେ ଶୃଙ୍ଖଳିତ ହେବା ନିହାତି ଜରୁରୀ: ମୋଦି

ଜୀବନରେ ଶୃଙ୍ଖଳିତ ହେବା ନିହାତି ଜରୁରୀ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ୯ମ ସଂସ୍କରଣ । ଏହି କାର୍ଯ୍ୟକ୍ରମରେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକଓ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି । ଆଜି ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା-୨ କାର୍ଯ୍ୟକ୍ରମ ଚାଲିଛି । ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସର ଟିପ୍ସ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତି ନାଗରିକ ନିଜ କର୍ତ୍ତବ୍ୟ ଠିକ ଭାବେ ପାଳନ କଲେ ବିକଶିତ ଭାରତ ସମ୍ଭବ । ଜୀବନରେ ଶୃଙ୍ଖଳିତ ହେବା ନିହାତି ଜରୁରୀ । ଏଆଇକୁ ଡରିବା ଉଚିତ ନୁହେଁ, କିନ୍ତୁ ଏହାର ଗୁଲାମ ହେବାନି । ସବୁ ଟେକ୍ନୋଲୋଜି ଉପଯୋଗୀ, କିନ୍ତୁ ଏହାର ଗୁଲାମ ହେଲେ ବିପଦଜନକ । ପୂର୍ବରୁ ପରୀକ୍ଷା ପେ ଚର୍ଚ୍ଚା ର ଭାଗ ୧ରେ ମୋଦୀ କହିଥିଲେ ସମସ୍ତ ଖାଦ୍ୟ ଯେମିତି ଅଲଗା, ପାଠପଢା ଶୈଳୀ ବି ଅଲଗା । ନିଜ ଶୈଳୀରେ ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ମୋଦୀ ଆହୁରି କହିଥିଲେ ପ୍ରଥମେ ନିଜ ଅନୁଭବକୁ ସମ୍ମାନ ଦେଇ ଆଗକୁ ବଢିବାକୁ ଚେଷ୍ଟା କର । ନିଜ ରୁଚି ଅନୁସାରେ କାମ କରିବା ସହ ପାଠପଢାରେ ମନ ଦିଅ । ଅନ୍ୟପଟେ, ଛାତ୍ରୀଛାତ୍ରୀଙ୍କୁ ଭଲ ଭାବରେ ଗଢିବାକୁ ଶିକ୍ଷକ- ଶିକ୍ଷୟତ୍ରୀ ଙ୍କୁ ପରାମର୍ଶ ମଧ୍ୟ ଦେଇ କହିଛନ୍ତି, ନିଜ ଶୈଳୀରେ ପାଠ ପଢିବା ସହ ସର୍ବଦା ଉତ୍ତମ ଅଭ୍ୟାସ ରଖ । ଟାଇମ ମ୍ୟାନେଜମେଣ୍ଟ ଓ ବ୍ୟାୟାମ ଉପରେ ଅଧିକ ଫୋକସ କର । ପାଠ ପଢିବା ସହ ଆଉଟ ନଲେଜ ଆହୋରଣ କରିବା ଦରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking