20.1 C
Bhubaneswar
Wednesday, January 14, 2026
Homeଓଡିଶାଶ୍ରମିକ ଶୋଷଣର ବାଟ ଫିଟାଇଛି: ବିଜେଡି

ଶ୍ରମିକ ଶୋଷଣର ବାଟ ଫିଟାଇଛି: ବିଜେଡି

* ଶ୍ରମିକମାନେ ସେମାନଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରିବା କ୍ଷମତା ହରାଇବେ।
* ସନ୍ଧ୍ୟା ପରେ ମହିଳାଙ୍କୁ କର୍ମସ୍ଥାନରେ ରଖିବା, ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ।
* ଅଧିକ କାମ କରିବାକୁ ବାଧ୍ୟ ହେବେ, କିନ୍ତୁ ପାରିଶ୍ରମିକ ବଢିବ ନାହିଁ।

ଭୁବନେଶ୍ୱର : ରାଜ୍ୟ କବିନେଟ ଦ୍ୱାରା ଓଡିଶା ଶପ ଏଣ୍ଡ କମରସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ରେ ଆଜି ଅନୁମୋଦିତ ହୋଇଥିବା ଦୁଇଟି ସଂଶୋଧନ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ ଏହା ରାଜ୍ୟର ଶ୍ରମିକ ମାଙ୍କୁ ଅଧିକ ଶୋଷଣ କରିବାର ବାଟ ଖୋଲିଲା ବୋଲି କହିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଟ ନେତା ତଥା କଟକର ମେୟର ଶ୍ରୀ ସୁବାଷ ସିଂ ରାଜ୍ୟ ସରକାର ଏହି ନିଷ୍ପତ୍ତି ରାଜ୍ୟର ଶ୍ରମିକ ମାନଙ୍କ ଅଧିକାର ଉପରେ କୁଠାରଘାତ ସଦୃଶ୍ୟ।

ରାଜ୍ୟରେ ଜଣେ ଆଗ ଧାଡ଼ିର ଶ୍ରମିକ ନେତା ଭାବେ ପରିଚୟ ଥିବା ଶ୍ରୀ ସୁବାଷ ସିଂ କହିଥିଲେ, ୧୮୫୬ ମସିହାରେ ମେ ଡେରେ ଶ୍ରମିକ ମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ତିଆରି ହୋଇଥିବା ଆଇନି ଶ୍ରମିକ ମାନଙ୍କ ପାଇଁ ଗୋଟିଏ ଦିନରେ ଆଠ ଘଣ୍ଟା କାର୍ଯ୍ୟ ସମୟ ନିର୍ଘଣ୍ଟ ହୋଇଥିଲା। କିନ୍ତୁ, ଆଜିର ଏହି ନିଷ୍ପତ୍ତି ବଳରେ, ଶ୍ରମିକ ମାନେ ସେମାନଙ୍କ ସ୍ୱୀକୃତି ଅନୁଯାୟୀ, ଆଠ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବେ ଓ ସେଥିପାଇଁ ସେମାନେ ଓଭର ଟାଇମ ନିୟମ ଅନୁସାରେ ଅଧିକ ପାରିଶ୍ରମିକ ପାଇବେ। ସେହିପରି, ପୂର୍ବରୁ ସଂଧ୍ୟା ୬ ଘଟିକା ପରେ, ମହିଳା ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନିୟମ ନଥିଲା। କିନ୍ତୁ, ଆଜିର ନିଷ୍ପତ୍ତି ଅନୁଯାୟୀ, ମହିଳା ମାନଙ୍କୁ ମଧ୍ୟ ସନ୍ଧ୍ୟା ପରେ ସେମାନଙ୍କ ସ୍ୱୀକୃତି ନେଇ କାମରେ ଲଗା ଯାଇ ପାରିବ।

ଶ୍ରୀ ସିଂ କହିଥିଲେ, ପୂର୍ବରୁ ଓଭରଟାଇମ ନିୟମ ଥିଲେ ମଧ୍ୟ ଅଧିକାଂଶ ଜାଗାରେ ଅଧିକା ସମୟ କାମ କରାଯାଉଛି କିନ୍ତୁ ଓଭର ଟାଇମ ପାଇଁ ଅର୍ଥ ଦିଆ ଯାଉ ନାହିଁ। ସେହିପରି, ଇପିଏଫ, ଇଏସଆଇ ନିୟମ ରହିଥିଲେ ମଧ୍ୟ ଅଧିକାଂଶ ମାଲିକ ଏହାକୁ ପାଳନ କରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ, କାର୍ଯ୍ୟ ସମୟ ବୃଦ୍ଧି ହୋଇ ପାରିବ ବୋଲି ସରକାର ନିଷ୍ପତ୍ତି ନେବା ଦ୍ୱାରା ଶ୍ରମିକ ମାନେ ଅଧିକ କାର୍ଯ୍ୟ କରିବେ କିନ୍ତୁ ତା ପାଇଁ ପରିଶ୍ରମିକ ପାଇବେ ନାହିଁ। ତେଣୁ, ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଶ୍ରମିକ ମାନଙ୍କୁ ମାଲିକ ମାନେ ଅଧିକ ଶୋଷଣ କରିବେ। ସେହିପରି, ସନ୍ଧ୍ୟା ପରେ ମଧ୍ୟ ମହିଳା ମାନେ କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ ନିଷ୍ପତ୍ତି ମଧ୍ୟ ଗ୍ରହଣୀୟ ନୁହେଁ। ବିଶେଷକରି ମହିଳା ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ନକରି ଏପରି ନିଷ୍ପତ୍ତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସନ୍ଧ୍ୟା ପରେ କାର୍ଯ୍ୟସ୍ତଳୀରେ ମହିଳାଙ୍କ ସୁରକ୍ଷା ଏକ ଗୁରୁତର ପ୍ରସଙ୍ଗ। ଏହା ଛଡା ଏହି ନିଷ୍ପତ୍ତି ଯୋଗୁ, ଶ୍ରମିକ ମାନେ ତାଙ୍କର ହକ ପାଇଁ ସ୍ୱର ଉତ୍ତୋଳନ କରିବା କ୍ଷମତା ମଧ୍ୟ ହରାଇବେ। ତେଣୁ, ରାଜ୍ୟ ସରକାରଙ୍କ ଉଭୟ ନିଷ୍ପତ୍ତି ଶ୍ରମିକ ସମାଜକୁ ଏକ ଭୟଙ୍କର ସ୍ଥିତିରେ ପକାଇ ଦେବାକୁ ଯାଇଛି ବୋଲି ସେ ଚେତାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking