24.1 C
Bhubaneswar
Friday, February 13, 2026
Homeଓଡିଶାବିଜେଡ଼ିରୁ ଇସ୍ତଫା ଦେବା ପ୍ରସଙ୍ଗ: ମମତା ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ

ବିଜେଡ଼ିରୁ ଇସ୍ତଫା ଦେବା ପ୍ରସଙ୍ଗ: ମମତା ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ସରଗରମ ବିଜେଡ଼ି ରାଜନୀତି। ବିଜେଡ଼ି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ମମତା ମହାନ୍ତ। ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ମମତା ମହାନ୍ତ କହିଥିଲେ ଯେ, ତାଙ୍କ ସେବାର ଆବଶ୍ୟକତା ବିଜୁ ଜନତା ଦଳ ଅନୁଭବ କରୁନାହିଁ । ଯେହେତୁ ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ମୁଖ୍ୟଧ୍ୟେୟ, ସେଥିପାଇଁ ଦଳରେ ରହିବାର ଆବଶ୍ୟକତା ଅନୁଭବ ନ କରି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ବିଜେଡ଼ି ଦଳ ତରଫରୁ ମମତାଙ୍କୁ କୌଣସି ପ୍ରକାର ଅଣଦେଖା କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛି ବିଜେଡ଼ି। ତେଣୁ ଏହି ଘଟଣାକୁନେଇ ରାଇରଙ୍ଗପୁର ବିଜେଡ଼ି ଏବଂ କୁଡୁମୀ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକ ଠାରେ ମମତା ମହାନ୍ତଙ୍କ ବିରୋଧରେ ନାରାବାଜି କରିବା ସହିତ ମମତା ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ କରିଛି ରାଇରଙ୍ଗପୁର ବିଜେଡ଼ି । କୌଣସି କାରଣ ନ ଥାଇ ବିଜେଡ଼ିରୁ ଇସ୍ତଫା ଦେବା ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି। ଏଥିସହିତ ମମତା ମହାନ୍ତ ମୟୂରଭଞ୍ଜ ଆସିଲେ ତାଙ୍କୁ ଉଚିତ ଜବାବ ଦିଆଯିବ ବୋଲି କହିଛି ଦଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking