14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଇଦ୍‌’ରେ ବି ରକ୍ତର ହୋଲି ଖେଳିଲା ଇସ୍ରାଏଲ

ଇଦ୍‌’ରେ ବି ରକ୍ତର ହୋଲି ଖେଳିଲା ଇସ୍ରାଏଲ

– ଗାଜା ଷ୍ଟ୍ରିପ୍‌ରେ କଲା ଭୟଙ୍କର ମିସାଇଲ୍ ମାଡ଼
– ୪୮ ଘଣ୍ଟାରେ ୮୦ରୁ ଅଧିକ ମୃତ, ଶତାଧିକ ଆହତ

ଗାଜା: ବିଶ୍ୱବ୍ୟାପୀ ପବିତ୍ର ଇଦ୍‌-ଉଲ୍‌-ଫିତର’ ପାଳନ ଚାଲିଥିବା ବେଳେ ଇସ୍ରାଏଲ୍ କିନ୍ତୁ ରକ୍ତର ହୋଲି ଖେଳିଛି। ହମାସ୍ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରିବା ପୂର୍ବକ ପାଲେଷ୍ଟାଇନ୍‌ର ଗାଜାଷ୍ଟ୍ରିପ୍‌ରେ ମିସାଇଲ୍ ଏବଂ ବୋମା ବର୍ଷା କରିଛି ଇସ୍ରାଏଲ୍ ସେନା। ରବିବାର ଏବଂ ସୋମବାର ଗତ ୨ ଦିନ ଧରି ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଘନଘନ ଆକ୍ରମଣରେ ପ୍ରାୟ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି। ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଗତ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ଗାଜାରେ ଅତି କମ୍‌ରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ୧୮ ମାର୍ଚ୍ଚରେ ଉଭୟ ହମାସ ଏବଂ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଭଙ୍ଗ ହେବା ପରଠାରୁ ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୦୦ ଛୁଇଁଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ଇସ୍ରାଏଲର ଗାଜା ଯୁଦ୍ଧରେ ଅତି କମରେ ୬୦,୦୦୦ରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ୧୧୪,୪୦୦ ଆହତ ହୋଇଛନ୍ତି। ସେହିପରି ହଜାର ହଜାର ଲୋକ ଭଗ୍ନାବଶେଷ ତଳେ ନିଖୋଜ ଥିବା ନେଇ ମଧ୍ୟ ମନ୍ତ୍ରଣାଳୟ ଆଶଙ୍କା କରୁଛି।

ଯୁଦ୍ଧ ସମୟରେ କୌଣସି ମୌଳିକ ଆବଶ୍ୟକତା ବିନା ବୋମା ତଥା କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ବେଳେ ଖାନ୍ ୟୁନିସ ନିକଟସ୍ଥ ଅଲ-ମାୱାସି ଅଞ୍ଚଳରେ “ତୀବ୍ର ଯୁଦ୍ଧ ଅଭିଯାନ’ ପୂର୍ବରୁ ଇସ୍ରାଏଲୀ ସେନା ଦକ୍ଷିଣ ଗାଜାର ରାଫାର ସମସ୍ତ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, “ଯୁଦ୍ଧବିରତି ପାଇଁ ହମାସକୁ “ତାଙ୍କର ଅସ୍ତ୍ର ଛାଡିବାକୁ ପଡିବ, ଏହାର ନେତାମାନଙ୍କୁ ନିର୍ବାସିତ କରିବାକୁ ପଡିବ ଏବଂ ଗାଜାରେ ସୁରକ୍ଷା ଦାୟିତ୍ୱ ଇସ୍ରାଏଲକୁ ହସ୍ତାନ୍ତର କରିବାକୁ ପଡିବ।”

ଅନ୍ୟ ଏକ ରିପୋର୍ଟ ଅନୁସାରେ ହମାସ୍ ସମର୍ଥିତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ହମାସ୍ ଏବେ ଇଜିପ୍ଟ ପକ୍ଷରୁ ପ୍ରସ୍ତାବିତ ପ୍ରସ୍ତାବ ଆଧାରରେ ଇସ୍ରାଏଲ୍ ସହ ଅସ୍ତ୍ରବିରତି ପାଇଁ ରାଜି ହୋଇଛି। ଏହି ପ୍ରସ୍ତାବ ଆଧାରରେ ହମାସ୍ ଆମେରିକୀୟ-ଇସ୍ରାଏଲୀ ଆଇଡାନ୍ ଆଲେକଜାଣ୍ଡରଙ୍କ ସମେତ ମୋଟ୍ ୫ ବନ୍ଧକଙ୍କୁ ମୁକ୍ତ କରିବ। ଇଜିପ୍ଟ ପକ୍ଷରୁ ପ୍ରସ୍ତାବିତ ଅସ୍ତ୍ରବିରତି ଚୁକ୍ତି ଆଧାରିତ ଏହି ପ୍ରସ୍ତାବରେ ନୂତନ ଯୁଦ୍ଧବିରତି ପାଇଁ ହମାସ ରାଜି ହୋଇଛି। ହମାସ ନେତା ଖଲିଲ ଅଲ-ହାୟା ଏକ ଟେଲିଭିଜନ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀ ଗୋଷ୍ଠୀ ଇଜିପ୍ଟର ମଧ୍ୟସ୍ଥତାଙ୍କ ଦ୍ୱାରା ପଠାଯାଇଥିବା ଏକ ଡ୍ରାଫ୍ଟ ଚୁକ୍ତିନାମା ସହିତ “ସକାରାତ୍ମକ’ ଭାବରେ ଆଲୋଚନା କରିଛି ଏବଂ ଏହାର ସର୍ତ୍ତାବଳୀକୁ ଗ୍ରହଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking