33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଇସ୍ରାଏଲର ସାଂଘାତିକ ଯୋଜନା, ହମାସ ଯୋଦ୍ଧାଙ୍କୁ ଭୋକ ଉପାସରେ ମାରିବାକୁ ବଡ଼ ପ୍ଲାନିଂ

ଇସ୍ରାଏଲର ସାଂଘାତିକ ଯୋଜନା, ହମାସ ଯୋଦ୍ଧାଙ୍କୁ ଭୋକ ଉପାସରେ ମାରିବାକୁ ବଡ଼ ପ୍ଲାନିଂ

ତେଲ ଅଭିଭ୍ : ଗତ ବର୍ଷେରୁ ଅଧିକ ସମୟ ଧରି ଗାଜାରେ ହମାସ ଭଳି ଉଗ୍ରବାଦୀ ସଙ୍ଗଠନ ସହ ଲଢୁ ଥିବା ଇସ୍ରାଏଲ ଏବେ ଆଉ ଏକ ବିପଜ୍ଜନକ ପ୍ଲାନ ପ୍ରସ୍ତୁତ କରିଛି । ଇସ୍ରାଏଲର ବେଞ୍ଜାମିନ୍ ନେତନ୍ୟାହୁ ସରକାରଙ୍କର ବଡ଼ ପ୍ଲାନ ପ୍ରସ୍ତୁତ ହୋଇଛି । ଏହି ଅନୁସାରେ ଉତ୍ତର ଗାଜାର ସବୁ ରାସ୍ତାକୁ ବନ୍ଦ କରିଦିଆ ଯିବ । ଏଥିରେ ଗାଜାକୁ ସପ୍ଲାଇ ବନ୍ଦ ହୋଇ ଯିବ । ସେଠାକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଓ ପାଣି ଭଳି ମୌଳିକ ଜିନିଷ ଉପରେ ମଧ୍ୟ ରୋକ୍ ଲାଗିବ । ଏଥିରେ ହମାସର ଆତଙ୍କୀମାନେ ଭୋକ ଓ ଉପାସରେ ମରିବାକୁ ବାଧ୍ୟ ହେବେ, ନୁହେଁତ ସେଥିରୁ ବାହାରି ଇସ୍ରାଏଲୀୟ ସେନାସହ ଲଢିବେ । ଏହି ସ୍ଥିତିରେ ଇସ୍ରାଏଲୀୟ ସେନା ତାଙ୍କୁ ସହଜରେ ନିପାତ କରି ପାରିବେ ।  ଚିନ୍ତାର କଥା ଏହା କି ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନରେ ଉତ୍ତର ଗାଜାରେ ରହୁଥିବା ଏମିତି ହଜାର ହଜାର ଫିଲିସ୍ତିନୀଙ୍କ ଜୀବନ ମଧ୍ୟ ଚାଲିଯିବ ଯେଉଁମାନେ ସେଠାରୁ ଆଉ କୁଆଡ଼େ ଯିବାକୁ ଚାହାନ୍ତି ନାହିଁ । ଗତ ବର୍ଷେ ହେବ ଜାରି ଯୁଦ୍ଧରେ ଅନେକ ଥର ଇସ୍ରାଏଲ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ସାଧାରଣ ଲୋକ ଉତ୍ତର ଗାଜାକୁ ଖାଲି କରି ଦିଅନ୍ତୁ ।

ଏହାପରେ ମଧ୍ୟ ଲୋକେ ସେଠାରୁ ନିଜ ଘର ଛାଡ଼ି ଯିବାକୁ ଇଚ୍ଛୁକ ନାହାନ୍ତି । ଏହି ମଧ୍ୟରେ ରବିବାର ଇସ୍ରାଏଲ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଏବେ ଇସ୍ରାଏଲର ପ୍ଲାନିଂ ଯେ ଗୋଟିଏ ସପ୍ତାହ ସମୟ ଉତ୍ତର ଗାଜାର ଲୋକଙ୍କ ଦିଆଯାଉ ଏବଂ ପୁଣି ଏହାପରେ ବ୍ଲାକେଡ୍ କରିଦିଆ ଯାଉ । ଇସ୍ରାଏଲ ପକ୍ଷରୁ ସମୟ ଅବଧି ସରିବା ପରେ ଉତ୍ତର ଗାଜାକୁ ସେନା କ୍ଷେତ୍ର ଘୋଷିତ କରି ଦିଆ ଯିବ ଏବଂ ପୁଣି ବ୍ଲାକେଡ୍ ହେବ । ଇସ୍ରାଏଲର ପ୍ଲାନ ଯେ ବ୍ଲାକେଡ୍ ଅନୁସାରେ ଉତ୍ତର ଗାଜାରେ ରାସନ , ପାଣି ସପ୍ଲାଇକୁ ରୋକି ଦିଆଯିବ । ଏହା ବ୍ୟତୀତ ଔଷଧ ଓ ଇନ୍ଧନ ଆଦି ବି ନେଇ ଯିବାକୁ ଅନୁମତି ମିଳିବ ନାହିଁ । ଇସ୍ରାଏଲର କହିବାନୁସାରେ ,ଏହିପରି ହମାସର ଲୋକଙ୍କ ଉପରେ ସରେଣ୍ଡରର ଚାପ ପକାଯିବ । ଖାଲି ଏତିକି ନୁହେଁ , ସେହି ବନ୍ଧକଙ୍କୁ ମଧ୍ୟ ଛାଡ଼ିବାକୁ ଚାପ ପକାଯିବ, ଯାହାଙ୍କୁ ଆତଙ୍କୀମାନେ ଗତ ବର୍ଷେ ହେବ ନିଜର କବଳରେ ରଖିଛନ୍ତି । ବର୍ତ୍ତମାନ ଇସ୍ରାଏଲର ସରକାର ଏହି ପ୍ଲାନ ଉପରେ ବିଚାର କରୁଛନ୍ତି । ଖାଲି ଏତିକି ନୁହେଁ ସୂତ୍ରର କହିବାନୁସାରେ ,କିଛି ଚେକପଏଣ୍ଟରେ ଏହି ପ୍ଲାନର କାର୍ଯ୍ୟକାରୀ ବି ଆରମ୍ଭ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking