30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଗାଜାର ଅସ୍ଥାୟୀ ଆଶ୍ରୟସ୍ଥଳୀ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌, ୪ ଶିଶୁଙ୍କ ସମେତ ୧୬ ମୃତ...

ଗାଜାର ଅସ୍ଥାୟୀ ଆଶ୍ରୟସ୍ଥଳୀ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌, ୪ ଶିଶୁଙ୍କ ସମେତ ୧୬ ମୃତ…

ନୂଆଦିଲ୍ଲୀ: ଇସ୍ରାଏଲ ଗାଜାରେ ଏହାର ଏୟାର ଷ୍ଟ୍ରାଇକ୍ ଜାରି ରଖିଛି । ପାଲେଷ୍ଟାଇନ ପକ୍ଷରୁ କରାଯାଇଥିବା ନୂତନ ଦାବି ଅନୁଯାୟୀ,ଇସ୍ରାଏଲ୍ ଗାଜାର ଏକ ବିଦ୍ୟାଳୟରେ ନିର୍ମିତ ଏକ ଆଶ୍ରୟସ୍ଥଳୀ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ ଚାରି ଜଣ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ ଏ ବାବଦରେ କୌଣସି ପ୍ରତିକ୍ରିୟା ଆସିନାହିଁ । ରିପୋର୍ଟ ମୁତାବକ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଚାରିଜଣ ଶିଶୁଙ୍କ ସମେତ ୧୬ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ନୁସେରାତ କା ଶୁହାଦା (ଶହୀଦ) ନାମକ ଏକ ସରକାରୀ ବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ଆଶ୍ରୟସ୍ଥଳ ଉପରେ ଆକ୍ରମଣ ହୋଇଛି। ଏହା ଶହ ଶହ ଆଭ୍ୟନ୍ତରୀଣ ବିସ୍ଥାପିତ ପରିବାରକୁ ଆଶ୍ରୟ ଦେଉଥିଲା।

ଅପରାହ୍ନରେ ଘଟିଥିବା ଏହି ଆକ୍ରମଣରେ ଆହତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି । ସ୍ଥାନୀୟ ବଜାର ନିକଟତର ଏହି ଅଞ୍ଚଳ ଉପରେ ଆକ୍ରମଣ କରିବା ପାଇଁ ଏକରୁ ଅଧିକ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା । ଘାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭, ୨୦୨୩ ପର ଠାରୁ ଇସ୍ରାଏଲର ଗାଜା ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅତି କମରେ ୪୨ ହଜାର ୮୪୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦୫୪୪ ଜଣ ଆହତ ହୋଇଛନ୍ତି । ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ୫୫ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧୩୨ ଜଣ ଆହତ ହୋଇଛନ୍ତି। ଏହି ସମୟରେ, ଗ୍ରୀକ୍ ନ୍ୟାସନାଲ ଏୟାରଲାଇନ୍‌ସ ୨୦୨୫ ଆରମ୍ଭ ପର୍ଯ୍ୟନ୍ତ ଇସ୍ରାଏଲକୁ ଏହାର ସମସ୍ତ ବିମାନ ସେବା ବାତିଲ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking