32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବେରୁତ୍‌ର ଆବାସିକ ଅଞ୍ଚଳ ଉପରେ ଇସ୍ରାଏଲର ବୋମା ମାଡ଼

ବେରୁତ୍‌ର ଆବାସିକ ଅଞ୍ଚଳ ଉପରେ ଇସ୍ରାଏଲର ବୋମା ମାଡ଼

ନୂଆଦିଲ୍ଲୀ: ଗୁରୁବାର ରାତିରେ ଲେବାନନର ରାଜଧାନୀ ବେରୁଟ ସହରରେ ଇସ୍ରାଏଲ ଅନେକ ଏୟାରଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୭ ଜଣ ଆହତ ହୋଇଛନ୍ତି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ୍ ରସ୍ ଏଲ୍ ନାବେହ, ଅଲ-ନୁୱାଇରି ଅଞ୍ଚଳକୁ ଟାର୍ଗେଟ କରି କରାଯାଇଥିଲା । ଲେବାନନରେ ସକ୍ରିୟ ଥିବା ଇରାନ ସମର୍ôଥତ ସଂଗଠନ ହିଜବୁଲ୍ଲାହ ଇସ୍ରାଏଲ ଉପରେ ଅନେକ ଆକ୍ରମଣ କରିଥିଲା, ଏହାର ଜବାବରେ ଇସ୍ରାଏଲ ହିଜବୁଲ୍ଲାହର ପ୍ରମୁଖ ନେତା ତଥା ଅଞ୍ଚଳଗୁଡ଼ିକ ଉପରେ ଟାର୍ଗେଟ କରିଥିଲା । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କିଛି ମିନିଟ୍ ମଧ୍ୟରେ ଅନେକ ଏୟାରଷ୍ଟ୍ରାଇକ କରିଥିଲା । କହିରଖୁଛୁ ଯେ, ଘଞ୍ଚ ଜନବହୁଳ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଥିଲା ।

ଏହି ଆକ୍ରମଣରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣରେ ଇସ୍ରୋ ହିଜବୁଲ୍ଲାର ଜଣେ ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଛି । ଇସ୍ରାଏଲର ଅନେକ ଅସଫଳ ଉଦ୍ୟମ ପରେ, ଏହି ଆକ୍ରମଣ ବହୁ ପରିମାଣରେ ସଫଳ ବୋଲି ବିବେଚନା କରାଯାଏ । ଏହି ଇସ୍ରାଏଲ୍ ଆକ୍ରମଣରେ କେବଳ ଲେବାନନର ସ୍ଥାନୀୟ ଲୋକ ଆହତ ହୋଇନାହାଁନ୍ତି ବରଂ ମିଳିତ ଜାତିସଂଘର ଶାନ୍ତି ରକ୍ଷାକାରୀମାନେ ମଧ୍ୟ ଆହତ ହୋଇଛନ୍ତି । ଆଇଡିଏଫ୍‌ ଲେବାନନରେ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କୁ ବାରମ୍ବାର ଆକ୍ରମଣ କରିଥିବା ବେଳେ ଏଥିରେ ଇଣ୍ଡୋନେସିଆର ଦୁଇ ଶାନ୍ତି ରକ୍ଷାକାରୀଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି । ଇଟାଲୀ ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋ ଏହାକୁ ଏକ ଶତ୍ରୁ କାର୍ଯ୍ୟ ବୋଲି ନିନ୍ଦା କରିଛନ୍ତି । ଆଇଡିଏଫ୍‌ର ଆକ୍ରମଣକୁ ସ୍ପେନ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛି । ମିଳିତ ଜାତିସଂଘ ଏହାର ଗମ୍ଭୀରତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking