30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶୱେଷ୍ଟ ବ୍ୟାଙ୍କରେ ହମାସ ଉପରେ ଇସ୍ରାଏଲ ସେନାର ଜୋରଦାର୍ ଆକ୍ରମଣ

ୱେଷ୍ଟ ବ୍ୟାଙ୍କରେ ହମାସ ଉପରେ ଇସ୍ରାଏଲ ସେନାର ଜୋରଦାର୍ ଆକ୍ରମଣ

ନୂଆଦିଲ୍ଲୀ: ଗୋଟିଏ ପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଜାରି ରହିଥିବା ବେଳେ ଅନ୍ୟପଟେ ଇସ୍ରାଏଲୀ ସେନା ଏବେ ଆକ୍ଟିଭ୍ ମୋଡରେ ଅଛି। ମଙ୍ଗଳବାର ରାତିରେ ଏବଂ ବୁଧବାର ଦିନ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲୀ ସେନା ଗୁଳିମାଡ଼ରେ ଦୁଇଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ବିଷୟରେ ସୂଚନା ଦେଇଛି। ମନ୍ତ୍ରଣାଳୟ ଅନୁଯାୟୀ, ତୁଲକରାମରେ ହୋଇଥିବା ଗୁଳିକାଣ୍ଡରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି ଏବଂ ଜେନିନରେ ଅନ୍ୟ ଏକ ଆକ୍ରମଣରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନୀ ମନ୍ତ୍ରଣାଳୟ ଏହାର ରିପୋର୍ଟରେ ପ୍ରକାଶ କରିନାହିଁ ଯେ, ମୃତକଙ୍କ ମଧ୍ୟରୁ କେତେ ଜଣ ସାଧାରଣ ନାଗରିକ ଏବଂ କେତେ ଜଣ ସୈନିକ। ଇସ୍ରାଏଲୀ ସେନା ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହିଁ। ଇସ୍ରାଏଲ ପୂର୍ବରୁ ୱେଷ୍ଟ ବ୍ୟାଙ୍କରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।

ତେବା ଏହି ପ୍ରସଙ୍ଗରେ ଇସ୍ରାଏଲୀ ସେନା କହିଥିଲା ଯେ,ୱେଷ୍ଟ ବ୍ୟାଙ୍କର ବର୍କିନ୍ ଗାଁର ଏକ କୋଠାରେ ସୈନିକ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା,ଯେଉଁଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲୀ ମାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଛଅ ଜଣ ଆହତ ହୋଇଥିଲେ। ଆଉ ଇସ୍ରାଏଲୀ ସେନା ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା। ସୂଚନାଥାଉକି, ଇସ୍ରାଏଲ ଉପରେ ହମାସ ପକ୍ଷରୁ ଅକ୍ଟୋବର ୭, ୨୦୨୩ରେ ଆକ୍ରମଣ କରାଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରଠାରୁ, ୱେଷ୍ଟ ବ୍ୟାଙ୍କରେ ହିଂସା ବୃଦ୍ଧି ପାଇଛି। ପାଲେଷ୍ଟାଇନ ମନ୍ତ୍ରଣାଳୟ କହିଛି ଯେ ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷରେ ୮ଶହରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking