20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୩ ମୃତ

ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୩ ମୃତ

ଗାଜାଷ୍ଟ୍ରିପ୍‌: ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ ଯୋଗୁ ଗୋଟିଏ ପରିବାରର ୧୦ ଜଣଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରୁ ଏହି ଆକ୍ରମଣ ଜାରି ରହିଥିଲା। ଗାଜାକୁ ୬ ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ ଅବରୋଧ କରିବାକୁ ଇସ୍ରାଏଲ୍‌ର ଘୋଷଣା ପରେ ଜାତିସଂଘ ଏହାର ପରିଣାମକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଜାନୁଆରୀ ୧୯ରୁ ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହୋଇଥିବାବେଳେ ଗତ ମାସରେ ଜେରୁଜେଲମ୍‌ ଏଥିରୁ ଓହରିଯାଇଥିଲା। ଅସ୍ତ୍ରବିରତି ଚୁକ୍ତିନାମାରେ ପରିବର୍ତ୍ତନକୁ ହମାସ୍‌ ଆତଙ୍କବାଦୀ ମାନିନେବା ନିମନ୍ତେ ଚାପ ପକାଇବା ପାଇଁ ଇସ୍ରାଏଲୀ ସୈନ୍ୟମାନେ ଗାଜା ଉପରେ ଆକ୍ରମଣ ଜାରି ରଖିଛନ୍ତି।

ଦକ୍ଷିଣ ଭାଗରେ ଥିବା ଖାନ୍‌ ୟୁନିସ୍‌ ସହରରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ଗୋଟିଏ ପରିବାରର ୫ ଶିଶୁ, ୪ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଉତ୍ତର ଗାଜାରେ ହୋଇଥିବା ଏୟାରଷ୍ଟ୍ରାଇକ୍‌ରେ ୯ ଛୋଟ ପିଲାଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଗାଜାର ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଖାଦ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ଦାତବ୍ୟ ସଂସ୍ଥାଗୁଡ଼ିକରେ ଦୈନିକ ୧୦ ନିୟୁତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି। ଯୋଗାଣ ବନ୍ଦ ଯୋଗୁ ଅନ୍ୟାନ୍ୟ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଜାତିସଂଘ ଓ ଅନ୍ୟ ସଂଗଠନଗୁଡ଼ିକ ସେମାନଙ୍କ ଗଚ୍ଛିତ ସାମଗ୍ରୀକୁ ଦାତବ୍ୟ ରୋଷଶାଳାକୁ ପଠାଇଦେଇଛନ୍ତି। ଖାଦ୍ୟ ସଂଗ୍ରହର ଏକମାତ୍ର ଅନ୍ୟ ଉପାୟ ହେଉଛି ବଜାରରୁ କ୍ରୟ କରିବା। ଯୋଗାଣ ଅଭାବ ଯୋଗୁ ଏହିସବୁ ସାମଗ୍ରୀ ଏତେ ମହଙ୍ଗା ହୋଇଛି ଯେ, ଲୋକେ କିଣିବା ଅବସ୍ଥାରେ ନ ଥିବା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking