27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ : ୨୯ ମୃତ

ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ : ୨୯ ମୃତ

ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲର ବଡ ଏୟାର ଷ୍ଟ୍ରାଇକ । ନୂଆବର୍ଷ ଦିନ ଇସ୍ରାଏଲ ବଡ ଆକ୍ସନ । ଗାଜା, ଉତ୍ତର ଜବାଲିଆ, କେନ୍ଦ୍ରୀୟ ବୁରେଜ ଶରଣାର୍ଥୀ ଶିବିର, ଗାଜା ସିଟି ରେ ଇସ୍ରାଏଲର ଆକ୍ରମଣରେ ଶିଶୁ ଓ ମହିଳାଙ୍କ ସମେତ  ୨୯ ଜଣ ପାଲେଷ୍ଟାଇନ୍ ନାଗାରିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଇସ୍ରାଏଲ ମାନବିକ ସହାୟତା ପ୍ରବେଶ ଉପରେ କଟକଣା ଜାରି ରଖିଥିବାରୁ ଅନେକ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ଉପତ୍ୟକାରେ ଥିବା ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଜଳମଗ୍ନ ହୋଇଛି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ,ଆମେ ଶୋଇଥିଲୁ ଏବଂ ଏକ ବଡ଼ ବିସ୍ଫୋରଣ ହୋଇଥିଲା ,ଏହା ମଧ୍ୟ ଆମକୁ ଭୁମିକମ୍ପର ଝଟକା ଦେଇଥିଲା । ଇସ୍ରାଏଲର ଯୁଦ୍ଧ ବିମାନ ଆମ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଓ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking