19.1 C
Bhubaneswar
Saturday, December 13, 2025
Homeଦେଶ ବିଦେଶଇସ୍ରାଏଲ୍ ଆକାଶରେ ଇରାନ ମିସାଇଲ ଦେଖିଲେ ତୁରନ୍ତ ଖସାଅ: ଜୋ ବାଇଡେନ୍‌

ଇସ୍ରାଏଲ୍ ଆକାଶରେ ଇରାନ ମିସାଇଲ ଦେଖିଲେ ତୁରନ୍ତ ଖସାଅ: ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକା ସେନାକୁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଜୋ ବାଇଡେନ୍ । କହିଲେ ଇସ୍ରାଏଲ୍ ଆକାଶରେ ଇରାନ ମିସାଇଲ ଦେଖିଲେ ତୁରନ୍ତ ଖସାଅ । ଇରାନ୍ ମିସାଇଲକୁ କାଉଣ୍ଟର କରିବା ସହ ଖସାଇବାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ତେବେ ଇସ୍ରାଏଲ୍ ଉପରେ ଇରାନର ହମଲା ପରେ ଆମେରିକା ୱାଶିଂଟନ୍‌ରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ୱାର୍ ରୁମରେ ଯୁଦ୍ଧ ପରିସ୍ଥିତିର ଅନୁଧ୍ୟାନ ହୋଇଛି । ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ଆମେରିକା ।

ସାମରିକ, ଆର୍ôଥକ ଏବଂ ଅନ୍ୟ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ନେଇ ଆଶ୍ୱସ୍ତ କରିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ତେବେ ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଇସ୍ରାଏଲ ଉପରେ ଇରାନ କରିଛି ଘନ ଘନ ମିସାଇଲ୍ ହମଲା । ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ ହୋଇଛି । ହେଜବୁଲ୍ଲା ମୁଖ୍ୟ ହସରତ୍ ନସ୍ରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍ । ଗତକାଲି ରାତିରେ ଜୋରଦାର ମିସାଇଲ୍ ମାଡ଼ ହୋଇଛି । ଇସ୍ରାଏଲର ଜାଫା ସୀମା ନିକଟରେ ଥିବା ଜନବସତି ଓ ସେନା ବେସ୍‌ର ବେଶ୍ ନିକଟରେ ଏହି ଆକ୍ରମଣ ହୋଇଛି ।

ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ରିଟାଲିଏଟ୍ କରିବା ପୂର୍ବରୁ ହିଁ ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ । ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରିଛି । ଲୋକଙ୍କ ଘରେ, ଛାତରେ ଏପରିକି ଏକାଧିକ ଏୟାର୍ ଷ୍ଟ୍ରିପ୍ ଉପରେ ହମଲା ହୋଇଛି । ଫଳରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି । ଇରାନର ରକେଟ୍ ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶବ୍ୟାପୀ ସାଧାରଣ ନାଗରିଙ୍କ ପାଇଁ ଆଲର୍ଟ ଜାରି କରିଛି ଇସ୍ରାଲଲ୍ । ଖାଲି ସେତିକି ନୁହେଁ ଇସ୍ରାଏଲ୍‌ର ବ୍ୟସ୍ତବହୁଳ ତେଲ ଅବିବ୍ ସହରରେ କିଛି ଆତତାୟୀ ପଶି ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଲାଇଛନ୍ତି । ଏଥିରେ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲର ଏଭଳି ସ୍ଥିତି ଭିତରେ ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି ହୋଇଛି । ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି । ସୁରକ୍ଷିତ ଓ ସତର୍କ ରହିବାକୁ ସମସ୍ତ ଭାରତୀୟଙ୍କୁ ଦିଆଯାଇଛି ପରାମର୍ଶ । ବିନା କାରଣରେ ବାହାରକୁ ନବାହାରିବା, ତା’ ସହ ଯିଏ ଯେଉଁ ସହରରେ ରହିଛନ୍ତି ସେଠୁ ଅନ୍ୟତ୍ର ଚଳପ୍ରଚଳ ନକରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking