25.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କଲା ଇସ୍ରାଏଲ୍

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କଲା ଇସ୍ରାଏଲ୍

ଇସ୍ରାଏଲ୍ : ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି ଇସ୍ରାଏଲ୍‌। ଇସ୍ରାଏଲ ମାଟିକୁ ଗୁଟେରସଙ୍କ ପ୍ରବେଶ ଉପରେ ନିଷେଧ ଘୋଷଣା କରିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଏହି ବ୍ୟାନ୍‌ ଘୋଷଣା କରାଯାଇଛି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ ବୁଧବାର ତାଙ୍କ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଇସ୍ରାଏଲ ପରେ ଇରାନର ଘୃଣ୍ୟ ଆକ୍ରମଣକୁ ପୃଥିବୀର ପ୍ରାୟ ସମସ୍ତ ଦେଶ ନିନ୍ଦା କରିଛନ୍ତି। କିନ୍ତୁ ଯିଏ ଏହି ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିପାରିବେ ନାହିଁ, ତାଙ୍କର ଇସ୍ରାଏଲର ମାଟିରେ ପାଦ ପକାଇବାର ଅଧିକାର ନାହିଁ। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି, ଇଏ (ଆଣ୍ଟୋନିଓ ଗୁଟେରସ) ହେଉଛନ୍ତି ଜଣେ ମହାସଚିବ, ଯିଏ ଅକ୍ଟୋବର ୭ ତାରିଖରେ ହମାସର ହତ୍ୟାକାରୀଙ୍କ ଦ୍ୱାରା ଘଟାଯାଇଥିବା ଗଣହତ୍ୟା ଓ ଯୌନ ନିର୍ଯାତନାକୁ ଏ ପର୍ଯ୍ୟନ୍ତ ନିନ୍ଦା କରି ନାହାନ୍ତି କି ସେମାନଙ୍କୁ (ହମାସକୁ) ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଉଦ୍ୟମ କରି ନାହାନ୍ତି।

ଯେଉଁ ମହାସଚିବ ହମାସ, ହେଜବୁଲ୍ଲା ଓ ହାଉତିର ଆତଙ୍କବାଦୀ, ଦୁଷ୍କର୍ମକାରୀ ଓ ହତ୍ୟାକାରୀ ଏବଂ ବିଶ୍ୱ ଆତଙ୍କର ମା’ ଇରାନକୁ ସମର୍ଥନ କରନ୍ତି, ସେ ଜାତିସଂଘ ଇତିହାସରେ ଏକ କଳଙ୍କ ଭାବେ ମନେ ରହିବେ। ଆଣ୍ଟୋନିଓ ଗୁଟେରସଙ୍କ ସହଯୋଗ କରନ୍ତୁ ବା ନ କରନ୍ତୁ ଇସ୍ରାଏଲ ତା’ର ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବ ଓ ଏହାର ଜାତୀୟ ସମ୍ମାନକୁ ଅକ୍ଷୁଣ୍ଣ ରଖିବ ବୋଲି କହିଛନ୍ତି ଇସ୍ରାଏଲ କ୍ୟାଟ୍‌ଜ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking