15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଗାଜା ଆକ୍ରମଣରେ ମୃତ ୫ ଅଲ୍ ଜଜିରା ସାମ୍ବାଦିକଙ୍କୁ ଆତଙ୍କବାଦୀ ଦର୍ଶାଇଲା ଇସ୍ରାଏଲ୍‌

ଗାଜା ଆକ୍ରମଣରେ ମୃତ ୫ ଅଲ୍ ଜଜିରା ସାମ୍ବାଦିକଙ୍କୁ ଆତଙ୍କବାଦୀ ଦର୍ଶାଇଲା ଇସ୍ରାଏଲ୍‌

ଜେରୁଜେଲମ: ରବିବାର ବିଳମ୍ବିତ ରାତିରେ ଇସ୍ରାଏଲୀ ସେନା ଗାଜା ସହରରେ କରିଥିବା ଏକ ଭୟାବହ ବିମାନ ଆକ୍ରମଣରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ୍‌ଜଜିରାର ୫ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଏହି ୫ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅନ୍ୟତମ ବରିଷ୍ଠ ସାମ୍ବାଦିକ ଅନସ୍ ଅଲ୍‌-ଶରିଫ୍ ମଧ୍ୟ ସାମିଲ ଅଛନ୍ତି । ଗୋଟିଏ ପଟେ ଅଲ୍ ଜଜିରା ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଇସ୍ରାଏଲ୍‌କୁ କଡା ଶବ୍ଦରେ ଭର୍ତ୍ସନା କରୁଥିବା ବେଳେ ଇସ୍ରାଏଲୀ ସେନା କିନ୍ତୁ ଅନସ୍ ଅଲ୍‌-ଶରିଫ୍‌ଙ୍କୁ ହମାସର ଜଣେ ବଡ଼ ନେତା ବୋଲି ଦର୍ଶାଇଛି । ଇସ୍ରାଏଲ୍ ସେନା (ଆଇଡିଏଫ୍‌) ଅନୁସାରେ ଅନସ୍ ଅଲ୍‌-ଶରିଫ୍ ଦୀର୍ଘ ସମୟ ଧରି ହମାସ୍ ଉଗ୍ରବାଦୀ ସଂଗଠନର ଜଣେ ସକ୍ରିୟ ଏଜେଣ୍ଟ ବା କମାଣ୍ଡର ଭାବେ କାମ କରୁଥିଲେ । ଅନସ୍ ଇସ୍ରାଏଲୀ ନାଗରିକ ଏବଂ ସୈନିକଙ୍କ ଉପରେ ରକେଟ୍ ଆକ୍ରମଣ ଯୋଜନା କରୁଥିଲେ । ଯାହାଫଳରେ ସେ ଇସ୍ରାଏଲ୍ ସେନାର ନଜରରେ ରହିଥିଲେ । ସେହିପରି ତାଙ୍କୁ ସହଯୋଗ କରୁଥିବା ଅନ୍ୟ ୪ଜଣ ମଧ୍ୟ ଟାର୍ଗେଟ୍‌ରେ ଥିଲେ । ତେବେ ଏମାନେ ଏକାଠି ହେଉଥିବା ସମ୍ପର୍କରେ ସୂଚନା ମିଳିବା ପରେ ଏମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆଇଡିଏଫ୍ ଅନୁସାରେ ଅନସ୍ ଏବଂ ଅନ୍ୟ ୪ଜଣଙ୍କ ସମ୍ପର୍କରେ ସେମାନଙ୍କ ପାଖରେ ଗୁଇନ୍ଦା ପ୍ରମାଣ ସହ ଅନ୍ୟାନ୍ୟ ଦସ୍ତାବିଜ୍‌ଜନିତ ପ୍ରମାଣ ମଧ୍ୟ ରହିଛି ।

ତେବେ ଅଲ ଜଜିରା ଏବଂ ପାଲେଷ୍ଟାଇନୀ ସାମ୍ବାଦିକ ସଂଗଠନଗୁଡ଼ିକ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି । ଅଲ୍ ଜଜିରା ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଏହାକୁ ସାମ୍ବାଦିକଙ୍କ ସ୍ୱର ଦମନ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଛି । ଆକ୍ରମଣ ସମୟରେ ଅନସ୍ ଅଲ୍‌-ଶରିଫ୍ ତାଙ୍କ ୪ ସାଥୀ ସାମ୍ବାଦିକ ଏବଂ ଜଣେ ସହାୟକଙ୍କ ସହିତ ଗାଜା ସହରର ପୂର୍ବ ଭାଗରେ ସିଫା ହସ୍ପିଟାଲ ନିକଟରେ ଏକ ତମ୍ବୁରେ ଥିଲେ । ଅନସ ଅଲ-ଶରିଫଙ୍କ ସହ ମୃତ୍ୟୁବରଣ କରିଥିବା ଅଲ୍ ଜଜିରା ୪ ଅନ୍ୟ ସାମ୍ବାଦିକମାନଙ୍କ ମଧ୍ୟରେ ମହମ୍ମଦ କରିକା, ଇବ୍ରାହିମ ଜାହେର ଏବଂ ମହମ୍ମଦ ନୌଫାଲ ପ୍ରମୁଖ ସାମିଲ ଅଛନ୍ତି । ଗତ ଜୁଲାଇରେ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ କାମ କରୁଥିବା ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ ନାମକ ଏକ ସଂଗଠନ, ଅନସ୍ ଶରିଫ୍‌ଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଅପିଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking