31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶ୨ ବ୍ରିଟିଶ ସାଂସଦଙ୍କୁ ପ୍ରବେଶ ଅନୁମତି ଦେଲାନି ଇସ୍ରାଏଲ୍‌; ଅଟକ ରଖି ସ୍ୱଦେଶ ଫେରାଇଦେଲା, ବ୍ରିଟେନ୍...

୨ ବ୍ରିଟିଶ ସାଂସଦଙ୍କୁ ପ୍ରବେଶ ଅନୁମତି ଦେଲାନି ଇସ୍ରାଏଲ୍‌; ଅଟକ ରଖି ସ୍ୱଦେଶ ଫେରାଇଦେଲା, ବ୍ରିଟେନ୍ ଉତ୍‌କ୍ଷିପ୍ତ

ଜେରୁଜେଲମ୍‌: ଇସ୍ରାଏଲରେ ବ୍ରିଟେନ୍‌ର ୨ ମହିଳା ସାଂସଦଙ୍କୁ ଅଟକ ରଖାଯାଇଛି। ଏହି ମହିଳା ସାଂସଦ ଦ୍ୱୟ ଇସ୍ରାଏଲ ବିମାନବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ ଦେଶରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା ବରଂ ବିମାନ ବନ୍ଦରରୁ ହିଁ ଅଟକ କରିନିଆଯାଇଥିଲା। ପରେ ଅବଶ୍ୟ ସେମାନଙ୍କୁ ବ୍ୟବସ୍ଥା ପୂର୍ବକ ସ୍ୱଦେଶ ପଠାଇ ଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ବ୍ରିଟେନ୍ ଏବେ ମାତ୍ରାଧିକ ଉତ୍‌କ୍ଷିପ୍ତ ହୋଇପଡ଼ିଛି। ବ୍ରିଟେନ୍ ବୈଦେଶିକ ସଚିବ ଡେଭିଡ ଲୈମୀ କହିଛନ୍ତି, ଇସ୍ରାଏଲ ଦ୍ୱାରା ଦୁଇ ବିଟିଶ ସାଂସଦଙ୍କୁ ଅଟକ ରଖାଯିବା ଏବଂ ସେମାନଙ୍କୁ ଦେଶରେ ପ୍ରବେଶ କରିବାକୁ ବାରଣ କରାଯିବା ଅଗ୍ରହଣୀୟ ଏବଂ ଗମ୍ଭୀର ଚିନ୍ତାର ବିଷୟ।

ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶାସକ ଲେବର ପାର୍ଟିର ସାଂସଦ ୟୁଆନ ୟାଙ୍ଗ ଏବଂ ଅବ୍‌ତିସମ୍ ମହମ୍ମଦ ଲଣ୍ଡନରୁ ଇସ୍ରାଏଲ ଗସ୍ତ କରିଥିଲେ। କିନ୍ତୁ ଇସ୍ରାଏଲ ଅଧିକାରୀମାନେ ସେମାନଙ୍କୁ ଦେଶରେ ପ୍ରବେଶ କରିବାକୁ ଦେଇ ନଥିଲେ। ଉଭୟଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ୱଦେଶ ଫେରାଇ ଦେଇଥିଲେ। ଲୈମୀ କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଜାରି ରଖିବା, ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଗାଜାରେ ଜାରି ରହିଥିବା ହିଂସାକୁ ସମାପ୍ତ କରିବା ଦିଗରେ ଆଲୋଚନାକୁ ଆଗକୁ ବଢ଼ାଇବା ବ୍ରିଟେନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ।

କିନ୍ତୁ ଗତ ମାସରେ ଅସ୍ଥାୟୀ ଯୁଦ୍ଧବିରତି ସମୟସୀମା ଶେଷ ହେବା ପରେ ଇସ୍ରାଏଲ ଗାଜାପଟିରେ ସୈନ୍ୟ ଅଭିଯାନକୁ ବଢ଼ାଇଦେଇଛି। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ସହ ଆଲୋଚନା ପାଇଁ ଦୁଇ ମହିଳା ସାଂସଦ ଇସ୍ରାଏଲ ଗସ୍ତରେ ଯାଇଥିଲେ। କିନ୍ତୁ ଇସ୍ରାଏଲର ଏପ୍ରକାର ରୁକ୍ଷ ବ୍ୟବହାର ପ୍ରଦର୍ଶନ ଅତ୍ୟନ୍ତ ନିନ୍ଦନୀୟ। ଅନ୍ୟପଟେ ଇସ୍ରାଏଲ କହିଛି ଯେ, ସାମ୍ପ୍ରତିକ ପରିସ୍ଥିତିରେ କୌଣସି ଆଲୋଚନା କରିବା ଉଚିତ୍ ନୁହେଁ। ଏହିକାରଣରୁ ବ୍ରିଟେନ୍‌ର ୨ ମହିଳା ସାଂସଦଙ୍କୁ ସୁରକ୍ଷିତ ସେମାନଙ୍କ ଦେଶକୁ ଫେରିଯିବାକୁ କୁହାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking