29.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଲେବାନନକୁ ଧ୍ୱଂସ ବିଧ୍ୱଂସ କରିବାରେ ଲାଗିଛି ଇସ୍ରାଏଲ

ଲେବାନନକୁ ଧ୍ୱଂସ ବିଧ୍ୱଂସ କରିବାରେ ଲାଗିଛି ଇସ୍ରାଏଲ

ତେଲ ଅଭିଭ୍ : ଇସ୍ରାଏଲ ହମଲାରେ ଥରହର ଲେବାନନରେ ପଳାୟନର ସମୟ ଜାରି ରହିଛି । ହିଜବୁଲ୍ଲାର ବରିଷ୍ଠ କମାଣ୍ଡର ସୈୟଦ ହସନ ନସରଲ୍ଲାହଙ୍କର ମୃତ୍ୟୁ ହୋଇ ସାରିଛି, ସେପଟେ ଇସ୍ରାଏଲର ହମଲା ଏବେ ବି ଜାରି ରହିଛି । ଏହି ମଧ୍ୟରେ ଲେବାନନରେ ମଧ୍ୟ ଗାଜା ଭଳି ସ୍ଥିତି ଉପୁଜିଛି । ଇସ୍ରାଏଲର ସୀମାକୁ ଲାଗି ଦକ୍ଷିଣ ଲେବାନନର ଲୋକେ ନିଜର ଜରୁରୀ ଜିନିଷକୁ ନେଇ ସୁରକ୍ଷିତ ସ୍ଥାନକୁ ପଳାୟନ କରିବାରେ ଲାଗି ପଡ଼ିଛନ୍ତି । କେବଳ ଏତିକି ନୁହେଁ ପାଖାପାଖି ଏକ ଦଶକରୁ ଗୃହ ଯୁଦ୍ଧର ସମସ୍ୟାରେ ପଡ଼ିଥିବା ସିରିଆରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯାଉଛନ୍ତି । ସଂଯୁକ୍ତ ରାଷ୍ଟ୍ର ମଞ୍ଚର ରିପୋର୍ଟ ଅନୁସାରେ, ପାଖାପାଖି ଲକ୍ଷେ ଲୋକ ସିରିଆରେ ଏଣ୍ଟ୍ରି କରି ସାରିଛନ୍ତି ।

ପାଖାପାଖି ଦୁଇ ଦିନରେ ଲେବାନନରୁ ସିରିଆରେ ପଳାୟନ କରୁଥିବା ଲୋକଙ୍କ ସଂଖ୍ୟା ଡବଲ ହୋଇ ସାରିଛି । ଜାତି ସଂଘର କହିବାନୁସାରେ, ଲେବାନନରୁ ବହୁ ସଂଖ୍ୟାରେ ଲୋକେ ସିରିଆ ଯାଉଛନ୍ତି । ଏବେସୁଦ୍ଧା ଏହି ସଂଖ୍ୟା ଲକ୍ଷେ ପାଖାପାଖି ପହଞ୍ଚି ସାରିଛି । ଖାଲି ଏତିକି ନୁହେଁ , ମୁସ୍କିଲ ଏହା କି ପଳାୟନ ଏବେ ବି ଜାରି ରହିଛି । ସଂଯୁକ୍ତ ରାଷ୍ଟ୍ର ସଂଘର ରିଫ୍ୟୁଜି ଏଜେନ୍ସି (ୟୁଏନଏଚସିଆର)ର ବର୍ତ୍ତମାନ ଲେବାନନ ଓ ସିରିଆ ମଧ୍ୟରେ ୪ କ୍ରସିଙ୍ଗ ପଏଣ୍ଟସ ଉପରେ ଖୁବ୍‌? ଭିଡ଼ ଜମିଛି । ଲେବାନନର ଲୋକେ ନିଜ ଦାମୀ ଦିନିଷ ସହ କୌଣସି ବି ସ୍ଥିତିରେ ପଳାୟନ କରୁବାକୁ ଚାହାନ୍ତି ।

ଲେବାନନରୁ ୨୩ ସେପ୍େଟମ୍ୱର ଠାରୁ ପଳାୟନର ସମୟ ଜାରି ରହିଛି । ଇସ୍ରାଏଲ ଗତ ଏକ ସପ୍ତାହରେ ଲେବାନନରେ ଜୋରଦାର ହମଲା କରିଛି । ଏଥିରେ ଏବେସୁଦ୍ଧା ପାଖାପାଖି ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ୬୦୦୦ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ଶୁକ୍ରବାର ହିଜବୁଲ୍ଲାହର ବରିଷ୍ଠ କମାଣ୍ଡରଙ୍କୁ ହିଁ ଇସ୍ରାଏଲ ମାରି ଦେଇଛି । ଲେବାନନର ସଙ୍କଟକୁ ଏହି କଥାରୁ ଜାଣି ପାରିବା କି ସିରିଆ ନିଜେ ୧୩ ବର୍ଷ ହେବ ଅସ୍ଥିରତା ଦେଇ ଗତି କରୁଛି । ତଥାପି ଲେବାନନରୁ ବହୁ ସଂଖ୍ୟାରେ ଲୋକେ ପଳାୟନ କରି ସେଠାକୁ ଯାଉଛନ୍ତି । ଏହି ଲୋକଙ୍କ ଚିନ୍ତା ଏହା କି ଇସ୍ରାଏଲର ଯେମିତି ଆଭିମୁଖ୍ୟ ଏହି ସ୍ଥିତିରେ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲି ପାରେ । ଏମିତି ସ୍ଥିତିରେ ଦାମୀ ଜିନିଷକୁ ସାଥିରେ ନେଇ ସୁରକ୍ଷିତ ସ୍ଥାନ ଖୋଜିବା ହିଁ ଉତ୍ତମ କାମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking