29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶହିଜବୁଲ୍ଲାର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ, ୪ ଦିନରେ ୨୦୦୦ ଆଡ୍ଡା ଧ୍ୱଂସ

ହିଜବୁଲ୍ଲାର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ, ୪ ଦିନରେ ୨୦୦୦ ଆଡ୍ଡା ଧ୍ୱଂସ

ଲେବନ୍‌: ଇସ୍ରାଏଲ ସେନା ଗତ ଚାରିଦିନ ମଧ୍ୟରେ ଲେବନାନ ଉପରେ ଅନେକ ଆକ୍ରମଣ କରିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବି କରିଛି କି, ଲେବାନନରେ ୨୫୦ ହିଜବୁଲ୍ଲା ସୈନ୍ୟଙ୍କୁ ହତ୍ୟା କରିଛି । ଓଊୠ ଗତ ୪ ଦିନ ମଧ୍ୟରେ ୨୫୦ ହିଜବୁଲ୍ଲା ଯୋଦ୍ଧାଙ୍କୁ ହତ୍ୟା କରିଥିବା ନେଇ ଏକ ବିବୃତ୍ତିରେ ପ୍ରକାଶ କରିଛି । ଏପରିକି ନିହତଙ୍କ ମଧ୍ୟରେ ୨୧ ଜଣ ହିଜବୁଲ୍ଲା କମାଣ୍ଡର ଅଛନ୍ତି । ଏହା ମଧ୍ୟରେ ୨ ହଜାର ହିଜବୁଲ୍ଲା ସାମରିକ ଆଡ୍ଡା ଉପରେ ଆକ୍ରମଣ କରିଥିବା ଦାବି କରିଛି ଆଇଡିଏଫ୍ ।

ଇସ୍ରାଏଲ୍ ସେନା କହିଛି ଯେ, ସେମାଙ୍କର କାର୍ଯ୍ୟକଳାପ ଦକ୍ଷିଣ ଲେବାନନରେ କେନ୍ଦ୍ରୀଭୂତ ହୋଇଛି । ଗତ ୪ ଦିନ ମଧ୍ୟରେ ଆଇଡିଏଫ ୨,୦୦୦ରୁ ଅଧିକ ଠିକଣା ଏବଂ ୨୫୦ ହିଜବୁଲ୍ଲା ଆତଙ୍କୀକୁ ସଫା କରିଛି । ସେମାନଙ୍କ ମଧ୍ୟରେ ୫ ଜଣ ବାଟାଲିଅନ କମାଣ୍ଡର, ୧୦ କମ୍ପାନୀ କମ୍ପାଣ୍ଡର ଏବଂ ୬ ପ୍ଲାଟୁନ କମାଣ୍ଡର ସାମିଲ ହୋଇଛନ୍ତି । ଏହାର ଦୁଇ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଏହାପୂର୍ବରୁ ଦକ୍ଷିଣ ଲେବନାନରେ ୮ ଜଣ ସୈନିକଙ୍କୁ ହତ୍ୟା କରାଯାଇଥିବା କହିଥିଲା ଇସ୍ରାଏଲ ସେନା । ଆଉ ଏକ ପୋଷ୍ଟରେ ଆଇଡିଏଫ କହିଛି କି, ଦକ୍ଷିଣ ଲେବନାନରେ ୨୪ ଘଣ୍ଟାରେ ସୁଡଙ୍ଗରେ ଚଢାଉ କରି ରକେଟ ଲଞ୍ଚର, ବିଲିଡିଂରୁ ଅସ୍ତ୍ରଶସ୍ତ୍ର ଜବତ କରିଥିଲା । ଅସ୍ତ୍ରଶସ୍ତ୍ରରେ ଆଣ୍ଟି ଟ୍ୟାଙ୍କ ମିଶାଇଲ, ଫାୟର ଆର୍ମସ, ବିସ୍ଫୋରକ ଉପକରଣ ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking