27.1 C
Bhubaneswar
Saturday, December 6, 2025
Homeଓଡିଶାଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା

ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା

ଭୁବନେଶ୍ୱର : ଅଦିନିଆ ରଥଯାତ୍ରା ଆୟୋଜନର ଘୋଷଣା କରି ଇସ୍କନ ସଂସ୍ଥା ଯେଭଳି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉପହାସ କରୁଛି ତାହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡିଲେ ଓଡିଶାରେ ଥିବା ଇସ୍କନ ସଂସ୍ଥାରେ ତାଲା ପକାଇ ଦିଆଯିବ ବୋଲି ଚେନାବନୀ ଦେଇଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀ ରଥ ଆଜି ସ୍ଥାନୀୟ ଇସ୍କନ ମନ୍ଦିର ସମ୍ମୁଖରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇସ୍କନ କର୍ତ୍ତୃପକ୍ଷ ଜାଣିଶୁଣି ଏଭଳି କରୁଛନ୍ତି । ପୂର୍ବରୁ ଏଭଳି ପଦକ୍ଷେପ ନେଇ ପ୍ରବଳ ବିରୋଧ ପରେ ସେଥିରୁ ଓହରିଥିଲେ । ହେଲେ ପୁଣିଥରେ ସେମାନଙ୍କର ପୁରୁଣା ରୋଗ ବାହାରିଛି । ତେଣୁ ଏଥର ଯଦି ଇସ୍କନ କୌଣସି ସ୍ଥାନରେ ଅଦିନରେ ରଥଯାତ୍ରା କରିଥିବା ପ୍ରମାଣ ମିଳିବ ତେବେ ଇସ୍କନର ସମସ୍ତଙ୍କୁ ଓଡିଶା ଛାଡିବାକୁ ପଡିବ ।

କାରଣ ଜଗନ୍ନାଥ ମାଟିରେ ରହି ଜଗନ୍ନାଥଙ୍କୁ ଅପମାନିତ କରିବାକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ । ନିଜକୁ ଜଗନ୍ନାଥପ୍ରେମୀ କହୁଥିବା ଇସ୍କନ କର୍ମକର୍ତ୍ତା ମନ ଭିତରେ ବାସ୍ତବରେ ଯେ ଜଗନ୍ନାଥ କିମ୍ବା ଜଗନ୍ନାଥ ସଂସ୍କୃତି ପ୍ରତି କୌଣସି ସମ୍ମାନ ନାହିଁ ତାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତେଣୁ ଏଭଳି ଜଗନ୍ନାଥ ଓ ସନାତନ ବିରୋଧିମାନଙ୍କର ସ୍ଥାନ ଜଗନ୍ନାଥଙ୍କ ମାଟିରେ ନାହିଁ । ତୁରନ୍ତ ଇସ୍କନ କର୍ତ୍ତୃପକ୍ଷ ରଥଯାତ୍ରା ନିଷ୍ପତ୍ତିରୁ ଓହରିବା ସହିତ ଜଗନ୍ନାଥପ୍ରେମୀଙ୍କ ସମ୍ମୁଖରେ କ୍ଷମା ମାଗିବାକୁ ଶ୍ରୀ ରଥ ପରାମର୍ଶ ଦେଇଛନ୍ତି । ଏହା ନହେଲେ ଆଗାମୀ ଦିନରେ ଇସ୍କନ କର୍ମକର୍ତ୍ତାଙ୍କୁ ପ୍ରବଳ ବିରୋଧ କରାଯିବ ବୋଲି ସେ କହିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ହିମାଂଶୁ ନାୟକ,ସମ୍ପାଦିକା ମୋନାଲିସା ବିଶ୍ବାଳ, ମଧୂସୁଦନ ସାହୁ, ଅଶୋକ ସାହୁ ଏବଂ କ୍ଷେତ୍ରବାସି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking