ପୁରୀ: ଅଦିନିଆ ରଥ ଓ ସ୍ନାନଯାତ୍ରା ନେଇ ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ କ୍ଷୋଭ । ଇସ୍କନ ଉପରେ ଝାଡିଲେ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଇସ୍କନକୁ ପୁରୀ ଆସିବା ବନ୍ଦ କରନ୍ତୁ ଗଜପତି ମହାରାଜା । ଦୀଘା ଜଗନ୍ନାଥ ମନ୍ଦିର ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା । ଏଥର ପୁରୀ ରଥକୁ ନ ଆସିବାକୁ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ରହିଛି । ଆସିଲେ ଆସନ୍ତୁ ନ ଆସିଲେ କୌଣସି ଅସୁବିଧା ନାହିଁ । ଏଥର କୌଣସି ସେବକ ଦୀଘା ଯିବେନି । , ସେହି ଟ୍ରଷ୍ଟ ସଦସ୍ୟ ବି ଯିବେନି । ଏଥିସହ ପରିଚାଳନା କମିଟି ଗଠନ ବିଳମ୍ବକୁ ନେଇ ନିରାସ ବ୍ୟକ୍ତ କଲେ । ପରିଚାଳନା କମିଟି ନହେଲେ ବି ରଥଯାତ୍ରା ଶୃଙ୍ଖଳାର ସହ ହେବ ।










