28.9 C
Bhubaneswar
Saturday, May 17, 2025
Homeଦେଶ ବିଦେଶଅସୀମ ମୁନିରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ଆଇଏସ୍‌ଆଇ; ପ୍ରମାଣ ନଷ୍ଟ ପାଇଁ ଚାଲିଛି ଯୋଜନା

ଅସୀମ ମୁନିରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ଆଇଏସ୍‌ଆଇ; ପ୍ରମାଣ ନଷ୍ଟ ପାଇଁ ଚାଲିଛି ଯୋଜନା

ଇସଲାମାବାଦ୍‌: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଏବେ ପାକ୍ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ପାକିସ୍ତାନ ନିଜେ ପହଲଗାମ୍ ଘଟଣାରେ ତଦନ୍ତ ପ୍ରସ୍ତାବ ଦେଇଥିବା ବେଳେ ଏବେ ଆଇଏସ୍‌ଆଇ ମଧ୍ୟ ପ୍ରମାଣ ନଷ୍ଟ ପାଇଁ ଯୋଜନା ଚଳାଇଛି । ଏପରି କରି ପହଲଗାମ୍ ଘଟଣାରେ ଜେନେରାଲ ଅସୀମ ମୁନିରଙ୍କ ସମ୍ପୃକ୍ତିର ସାମାନ୍ୟତମ ପ୍ରମାଣକୁ ମଧ୍ୟ ନଷ୍ଟ କରିଦେବାକୁ ଆଇଏସ୍‌ଆଇ ଚିନ୍ତା କରୁଛି । ତେବେ ଏହି ଘଟଣାରେ ପାକିସ୍ତାନ ପଟୁ ଥିବା ଛୋଟରୁ ଛୋଟ ପ୍ରମାଣଗୁଡ଼ିକୁ ମଧ୍ୟ ନଷ୍ଟ କରିବା ପାଇଁ ଆଇଏସ୍‌ଆଇ ଡିଜି ଅସୀମ ମଲିକଙ୍କୁ ନିର୍ଦ୍ଦେଶ ଦେଇଛି । ତେବେ ସାଉଦିଆରବ ପକ୍ଷରୁ ଏନେଇ ଚାପ ପକାଯିବା ପରେ ଆଇଏସ୍‌ଆଇ ଏହି ପଦକ୍ଷେପ ନେବାକୁ ଆଗଭର ହୋଇଥିବା କୁହାଯାଉଛି ।

ପ୍ରକାଶ, ନିଜ ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଆଧାରରେ ସାଉଦିଆରବ ଏବଂ ୟୁଏଇ ସରକାର ମଧ୍ୟ ମୁନିରଙ୍କ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁନିରଙ୍କୁ ନେଇ ପାକିସ୍ତାନର ଅନ୍ୟ ସହଯୋଗୀମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଉଛି । ପାକିସ୍ତାନର ଲୋକମାନେ ମଧ୍ୟ ଭାବୁଛନ୍ତି, ଅସୀମ ମୁନୀର ନିଜର ପ୍ରଭାବ ବୃଦ୍ଧି କରିବା ପାଇଁ ପାକିସ୍ତାନକୁ ଯୁଦ୍ଧର ଦ୍ୱାରଦେଶକୁ ଟାଣି ଆଣିଛନ୍ତି । ପାକିସ୍ତାନୀ ବିଶେଷଜ୍ଞ ଅଫତାବ୍ ଇକବାଲ କହିଛନ୍ତି, ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ଏକ ବଡ଼ ଅଂଶ ସେନା ବିରୋଧରେ ଥିବା ଦେଖାଯାଉଛି । ମୁନିରଙ୍କୁ ସେନାକୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ ବାରମ୍ବାର ନିବେଦନ କରିବାକୁ ପଡୁଛି ।

ପାକ୍ ସେନା ମୁଖ୍ୟ ଅସୀମ ମୁନିରଙ୍କ ବିରୋଧରେ ପହଲଗାମ୍ ଘଟଣାର ଷଡଯନ୍ତ୍ର ରଚନା ଅଭିଯୋଗ ଆସିଛି । ଅସୀମ ମୁନିରଙ୍କ ଉପରେ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି । ମୁନିର ପାକିସ୍ତାନ ସେନା ମୁଖ୍ୟ ହିନ୍ଦୁ-ମୁସଲିମ ଏବଂ ଦୁଇ-ରାଷ୍ଟ୍ର ତତ୍ତ୍ୱ ସହିତ ଜଡିତ ଏପରି ବୟାନ ଦେଇଛନ୍ତି, ଯାହା ତାଙ୍କ ଆଡ଼କୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଅନେକ ବିଶେଷଜ୍ଞ କହିଛନ୍ତି ଯେ, ମୁନିରଙ୍କ ବକ୍ତବ୍ୟ ଏବଂ ପହଲଗାମ ଆକ୍ରମଣର ପଦ୍ଧତି ମଧ୍ୟରେ ସମ୍ପର୍କ ଅଛି। ଏପରିକି ପୂର୍ବତନ ପାକିସ୍ତାନୀ ସେନାଧିକାରୀ ଆଦିଲ ରାଜା ମଧ୍ୟ ସୋସିଆଲ ମିଡିଆରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଅସୀମ ମୁନିର ବୋଲି ଦାବି କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking