ଭୁବନେଶ୍ୱର: ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଲାଭଦାୟକ । ଉଷୁମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ, ପେଟ ସଫା ଏବଂ ଅନେକ ଲାଭ ମିଳିଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ସକାଳେ ଗରମ ପାଣି ପିଇବା କ୍ଷତିକାରକ ହୋଇଥାଏ । ଯଦି ସେମାନେ ସକାଳେ ଗରମ ପାଣି ପିଅନ୍ତି ତେବେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ନ୍ୟୁଟ୍ରନିଷ୍ଟ ଶ୍ରୀଲତାଙ୍କ କହିବା ଅନୁସାରେ ଏପରି ୫ଟି ରୋଗ ଅଛି , ଯେଉଁଥିରେ ସକାଳେ ଗରମ ପାଣି ପିଇବା ଦ୍ୱାରା ସମସ୍ୟାକୁ ଆହୁରି ବଢ଼ାଇଥାଏ । ଆସନ୍ତୁ ଜାଣିବା ଏହି ୫ଟି ସମସ୍ୟା ବିଷୟରେ । ଯଦି କୌଣସି ବ୍ୟକ୍ତିର ଏହି ସମସ୍ୟା ଅଛି, ତେବେ ସେ ସକାଳେ ଗରମ ପାଣି ପିଇବା ଉଚିତ ନୁହେଁ ।
ନ୍ୟୁଟ୍ରନିଷ୍ଟ ଶ୍ରୀଲତାଙ୍କ ଅନୁସାରେ ଯଦି ଆପଣଙ୍କର ପେଟରେ ଅଲସର ଅଛି, ତେବେ ସକାଳେ ଖାଲି ପେଟରେ ଗରମ ପାଣି ପିଅନ୍ତୁ ନାହିଁ । ଏହା କ୍ଷତି ପହଞ୍ଚାଇପାରେ । ଗରମ ପାଣି ପିଇବା ଦ୍ୱାରା ପେଟରେ ଜଳାପୋଡ଼ା ଏବଂ ଯନ୍ତ୍ରଣା ହୋଇପାରେ । ଏହା ପେଟ ଫୁଲିବାର କାରଣ ମଧ୍ୟ ହୋଇପାରେ । ଅଲସର ଥିବା ଲୋକଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡାକ୍ତରୀ ପରାମର୍ଶ ନାହିଁ ହେଲେ ଗରମ ପାଣି ଏବଂ ମୃଦୁ ପାନୀୟ ନ ପିଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର। ଅଲସର ଥିବା ଲୋକମାନେ ମସଲାଯୁକ୍ତ ଖାଦ୍ୟ, କ୍ୟାଫିନ୍, ମଦ୍ୟପାନ ଏବଂ ଏସିଡିକ୍ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ। ଅନେକ ଲୋକ ଏସିଡ୍ ରିଫ୍ଲକ୍ସ ସମସ୍ୟାରେ ପୀଡିତ ।
ଏପରି ପରିସ୍ଥିତିରେ ଏହି ପେଟ ସମସ୍ୟାରେ ମଧ୍ୟ ଗରମ ପାଣି ପିଇବାରୁ ଦୂରେଇ ରୁହନ୍ତୁ । ଏହା ପେଟର ଏସିଡ୍ ଖାଦ୍ୟ ନଳୀରେ ପ୍ରବେଶ କରିପାରେ । ଏହି କାରଣରୁ ପେଟ ଯନ୍ତ୍ରଣା ଆରମ୍ଭ ହୋଇପାରେ। ଗରମ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ବଢ଼ିପାରେ, କାରଣ ଗରମ ପାଣି ଶରୀରକୁ ଉଷ୍ମ କରିଥାଏ ଏବଂ ଝାଳ ଆଣିପାରେ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେହିପରି ଯେଉଁମାନେ ଅତ୍ୟଧିକ ଗରମ ଅନୁଭବ କରନ୍ତି, ସେମାନେ ଗ୍ରୀଷ୍ମ ଋତୁରେ ଗରମ ପାଣି ପିଇବାଠାରୁ ଦୂରେଇ ରହିବା ଉଚିତ । ଏହା ଅଂଶୁଘାତ ଭଳି ଅବସ୍ଥା ସୃଷ୍ଟି କରିପାରେ।