ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଛାନଭିନ କରୁଛି । ଅନୁଗୁଳ, ଭୁବନେଶ୍ୱର, ସୁନ୍ଦରଗଡ, ଗଞ୍ଜାମ ରାଉରକେଲାରେ ରେଡ ଚାଲିଛି । ୩ ଡିଏସପି, ୧୦ ଇନ୍ସପେକ୍ଟର, ୪ ଏଏସଆଇ ଚଢାଉରେ ସାମିଲ ଅଛନ୍ତି ।










