28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଉଚ୍ଚପଦାଧିକାରୀଙ୍କ ଦାୟିତ୍ୱହୀନତା; ଝାଟିମାଟି ଘର, ତଥାପି ୩୧ ଲକ୍ଷର ବିଜୁଳି ବିଲ୍‌!

ଉଚ୍ଚପଦାଧିକାରୀଙ୍କ ଦାୟିତ୍ୱହୀନତା; ଝାଟିମାଟି ଘର, ତଥାପି ୩୧ ଲକ୍ଷର ବିଜୁଳି ବିଲ୍‌!

ପାଟନା: ଝାଟିମାଟି ସାଙ୍ଗକୁ ଚାଳ ଛପର ଘର । ଘରେ ଏପରି କୌଣସି ସାମଗ୍ରୀ ନାହିଁ ଯାହାକି ବିଜୁଳି ବିଲ୍‌କୁ ବଢ଼ାଇବ । ତଥାପି ବିଜୁଳି ବିଭାଗ ପକ୍ଷରୁ ଆସିଛି ୩୧ଲକ୍ଷ ଟଙ୍କାର ବିଜୁଳି ବିଲ୍ । ଏତେ ଟଙ୍କାର ବିଜୁଳି ବିଲ୍ ଦେଖିବା ପରେ ଘର ମାଲିକ ଏବଂ ତାଙ୍କ ପରିବାର ଲୋକେ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି । ରିପୋର୍ଟ ଅନୁସାରେ ବିହାର ମୁଜଫରପୁର ସିମରା ପଞ୍ଜାୟତର ୱାର୍ଡ ନଂ-୯ର ସ୍ଥାୟୀ ବାସିନ୍ଦା ଶୁଭଲାଲ ସାହନି ଜଣେ ଦିନ ମଜୁରିଆ । କିନ୍ତୁ ଚଳିତ ମାସ ପାଇଁ ତାଙ୍କୁ ବିଜୁଳି ବିଭାଗ ୩୧ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଦେଇଛି । ୨ ମାସର ବିଜୁଳି ବିଲ୍ ବାବଦ ତାଙ୍କୁ ୩୧ ଲକ୍ଷ ଟଙ୍କା ପୈଠ କରିବାକୁ ଏହି ବିଲ୍ ଦିଆଯାଇଛି ।

ବିଦ୍ୟୁତ ସଂଯୋଗ ଶୁଭଲାଲଙ୍କ ପତ୍ନୀ ଫୁଲା ଦେବୀଙ୍କ ନାମରେ ରହିଥିବା ବେଳେ ଦୁଇମାସ ପୂର୍ବେ ତାଙ୍କ ଘରେ ଏକ ସ୍ମାର୍ଟ ମିଟର ଲଗାଯାଇଥିଲା । କିନ୍ତୁ ହଠାତ୍ ଦୁଇ ମାସ ପରେ ବିଦ୍ୟୁତ୍ କାଟ ହୋଇଯାଇଥିଲା । ପରେ ତାଙ୍କୁ ୩୧ ଲକ୍ଷ ଟଙ୍କାର ବିଲ୍ ଆସିଥିଲା । ବିଲ୍ ହୁଏତ ଭୁଲ୍‌ବଶତଃ ଆସିଥିବା ଭାବି ଏସମ୍ପର୍କରେ ଯେତେବେଳେ ଶୁଭଲାଲ୍ ବିଦ୍ୟୁତ୍ ବିଭାଗ ସହ ଯୋଗାଯୋଗ କଲେ ସେତେବେଳେ ତାଙ୍କୁ ଏହି ଅର୍ଥ ପୈଠ କରିବାକୁ ହେବ ବୋଲି କୁହଯାଇଥିଲା । ଶୁଭଲାଲଙ୍କ କହିବାନୁସାରେ, ତାଙ୍କ ଘରେ କେବଳ ଦୁଇରୁ ତିନିଟି ପଙ୍ଖା ଓ କିଛି ସିଏଫ୍‌ଏଲ୍ ବଲ୍‌ବ୍ ବ୍ୟବହାର କରାଯାଏ । ଦୁଇମାସ ପୂର୍ବେ ତାଙ୍କର ପ୍ରାୟ ୨୬୦୦ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ଥିଲା । କିନ୍ତୁ ଏବେ ତାଙ୍କୁ ୩୧ଲକ୍ଷ ଟଙ୍କାର ବିଜୁଳି ବିଲ୍ ଦିଆଯାଇଛି । ବିଦ୍ୟୁତ୍ ବିଭାଗର ଏପ୍ରକାର ଦାୟିତ୍ୱହିନତା ତାଙ୍କୁ ଏବଂ ତାଙ୍କ ପରିବାରକୁ ଭୟଭୀତ କରିଦେଇଛି ବୋଲି ଶୁଭଲାଲ୍ କହିଛନ୍ତି । ଏହି ମାମଲାରେ ଜୁନିଅର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଅଭିଷେକ ରଞ୍ଜନ କହିଛନ୍ତି ଯେ ଅନିୟମିତତା ଅଭିଯୋଗ ଆସିଛି । ଶ୍ରମିକଙ୍କଠାରୁ ଲିଖିତ ଆବେଦନ କରାଯାଇଛି । ବେଳେବେଳେ ମିଟରରେ ଏଭଳି ତ୍ରୁଟି ଦେଖାଯାଏ, ତଦନ୍ତ ପରେ ଏହାକୁ ଠିକ୍ କରାଯିବ, ଏଥିରେ ବ୍ୟସ୍ତ ହେବାର କିଛି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking