କୋରାପୁଟ: ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀ ମୃତ । ସହର ଉପକଣ୍ଠସ୍ଥ ଓ ଏମପି ଉପର ଲାଇନରେ କ୍ୱାର୍ଟର୍ସରେ ପତ୍ନୀ ମୃତ । ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ପୋଡିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରୁ ଅଳ୍ପକେ ଶାସୁ ଓ ପୁଅ ବର୍ତ୍ତି ଯାଇଥିବା ସୂଚନା ମିଳିଛି । କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ମୃତ ମହିଳାଙ୍କ ସ୍ୱାମୀ ଆଇଆରବିରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । କୋରାପୁଟ ଟାଉନ ଥାନା ଓ ସାଇଣ୍ଟଫିକ ଟିମ ପକ୍ଷରୁ ତଦନ୍ତ କରାଯାଉଛି ।










