30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଟ୍ରମ୍ପ୍‌ଙ୍କ ‘ବୋମା ବର୍ଷା’ ଧମକ ଉପରେ ଇରାନ୍‌ର ପାଲଟା ଜବାବ

ଟ୍ରମ୍ପ୍‌ଙ୍କ ‘ବୋମା ବର୍ଷା’ ଧମକ ଉପରେ ଇରାନ୍‌ର ପାଲଟା ଜବାବ

ୱାଶିଂଟନ୍‌: ଯଦି ଇରାନ୍ ଆଣବିକ ଚୁକ୍ତିକୁ ନେଇ ସହମତି ପ୍ରକାଶ କରିବ ନାହିଁ, ତେବେ ଇରାନ୍ ଉପରେ ବୋମା ବର୍ଷିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ୍ ଦେବା ପରେ ଏହା ଉପରେ ଇରାନ୍ ମଧ୍ୟ କଡା ଜବାବ ଦେଇଛି। ଇରାନ୍ କହିଛି, କେବଳ ଆମେରିକା ପାଖରେ ବୋମା ନାହିଁ, ଆମ ପାଖରେ ମଧ୍ୟ ମିସାଇଲ୍ ଅଛି। ଆମେ ବି ମିସାଇଲ ଓ ବୋମା ବର୍ଷା କରିପାରିବୁ। ସୁତରାଂ ଆମେରିକା ଇରାନ୍‌କୁୂ ନାଲିଆଖି ଦେଖାଇବା ଆବଶ୍ୟକ ନାହିଁ। ପୂର୍ବତନ ପୋଷ୍ଟରେ ଥିବା ଇରାନୀ ସେନା କହିଛି ଯେ, ଯଦି ଆମେରିକା ପକ୍ଷରୁ ଗୋଟିଏ ବି ବୋମା କିମ୍ବା କ୍ଷେପଣାସ୍ତ୍ର ଭୂମିରେ ମାଡ଼ହୁଏ ତେବେ ଏଥିପାଇଁ ଆମେରିକାକୁ ବହୁମୂଲ୍ୟ ଦେବାକୁ ହେବ। ଇରାନର କ୍ଷେପଣାସ୍ତ୍ରଗୁଡ଼ିକୁ ସମସ୍ତ ଭୂତଳ କ୍ଷେପଣାସ୍ତ୍ର ସହରଗୁଡ଼ିକରେ ଲଞ୍ଚରଗୁଡ଼ିକରେ ଲୋଡ କରାଯାଇଛି। ଏସବୁ ଲଞ୍ଚ୍ କରାଯିବା ପାଇଁ ପ୍ରସ୍ତୁତ ହୋଇ ରହିଛି। ଅନ୍ୟପକ୍ଷେ ତେହେରାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଇରାନର ଭୂତଳ ସହରଗୁଡ଼ିକରେ ଲଞ୍ଚ କରିବାକୁ ପ୍ରସ୍ତୁତ କ୍ଷେପଣାସ୍ତ୍ର ସଂଖ୍ୟା ବହୁତ ଅଧିକ। ନିକଟରେ, ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ସହରର ଏକ ଭିଡିଓ ମଧ୍ୟ ଜାରି କରିଛି।

ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପରମାଣୁ କାର୍ଯ୍ୟକ୍ରମ ଉପରେ ଟ୍ରମ୍ପଙ୍କ ସହ ସିଧାସଳଖ କୌଣସି ଆଲୋଚନା କରିବାକୁ ମନା କରିଦେଇଛନ୍ତି। କିନ୍ତୁ ଓମାନ୍‌ର ମଧ୍ୟସ୍ଥତା ଭିତ୍ତିରେ ଆଲୋଚନା ସମ୍ଭବ ବୋଲି ସେ କହିଥିଲେ। ଏସମ୍ପର୍କରେ ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏକ ଉତ୍ତର ପତ୍ର ମଧ୍ୟ ପଠାଇଥିଲେ। ତେବେ ଆଣବିକ ଚୁକ୍ତି ସମ୍ପର୍କରେ ଇରାନ୍‌ର ଏପ୍ରକାର ସିଧାସଳଖ ମନା କରିବାକୁ ଟ୍ରମ୍ପ୍ ସହଜରେ ଗ୍ରହଣ କରିନପାରି କିଛି ଧମକ ଦେଇଥିଲେ। ରବିବାର ଟ୍ରମ୍ପ ଇରାନ୍‌କୁ ଧମକ ଦେଇ କହିଥିଲେ ଯେ ଯଦି ଏହା ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ୱାଶିଂଟନ ସହିତ ଏକ ଚୁକ୍ତିରେ ନ ପହଞ୍ଚେ ତେବେ ଏହା ଉପରେ ଦ୍ୱିତୀୟ ବର୍ଦ୍ଧିତ ଶୁଳ୍କ ଲାଗୁ କରାଯିବ ଅର୍ଥାତ୍ ଇରାନକୁ କଠୋର ଆର୍ôଥକ କଟକଣାର ସାମ୍ନା କରିବାକୁ ପଡ଼ିବ ଏବଂ ତେହେରାନ ଉପରେ ବୋମା ମାଡ଼ କରାଯିବ।

ଟ୍ରମ୍ପ୍ ଏହାମଧ୍ୟ କହିଥିଲେ ଯେ, ଏହି ବୋମା ମାଡ଼ ଏପରି ହେବ… ଯାହା ସେମାନେ (ଇରାନ) ପୂର୍ବରୁ କେବେ ଦେଖିନଥିବେ। ଇରାନ୍ ପାଖରେ ଏବେ ବି ଏକ ସୁଯୋଗ ଅଛି। ଏହାର ଜବାବରେ ଇରାନ୍ ମଧ୍ୟ ପାଲଟା ଜବାବ ଦେଇଛି। ଟ୍ରମ୍ପ୍ ନିଜର ପ୍ରଥମ କାର୍ଯ୍ୟକାଳ ଅର୍ଥାତ୍ ୨୦୧୮ରେ ଇରାନ୍ ପରମାଣୁ ଚୁକ୍ତିରୁ ଆମେରିକାକୁ ପୃଥକ୍ କରିଦେଇଥିଲେ। ଏହି ଚୁକ୍ତି ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଉଥିଲା। ଟ୍ରମ୍ପ୍‌ଙ୍କ ପଦକ୍ଷେପ ଫଳରେ ଇରାନକୁ ଆର୍ôଥକ ପ୍ରତିବନ୍ଧକରୁ ମୁକ୍ତି ମିଳିଥିଲା। ଏହା ପରେ ଟ୍ରମ୍ପ୍ ଇରାନ ଉପରେ ପୁନର୍ବାର କଡ଼ା ପ୍ରତିବନ୍ଧକ ଲଗାଇବାରୁ ଇରାନର ଆର୍ôଥକ ସଙ୍କଟ ପୁଣି ଥରେ ବଢ଼ିଯାଇଥିଲା। ଏସବୁ ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ ଅନ୍ୟ ଏକ କାରଣରୁ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଛି। ଗାଜାରେ ଇସ୍ରାଏଲ-ହମାସ ସଂଘର୍ଷରେ ଇରାନ-ସମର୍ôଥତ ଗୋଷ୍ଠୀର ନେତାମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ବର୍ତ୍ତମାନ, ଆମେରିକା ୟେମେନରେ ହୁତୀ ବିଦ୍ରୋହୀଙ୍କ ବିରୁଦ୍ଧରେ ବିମାନ ଆକ୍ରମଣ କରୁଛି। ଇରାନ୍ ହୁତୁୀ ବିଦ୍ରୋହୀଙ୍କୁ ସମର୍ଥନ କରିଥାଏ। ସେହିପରି ଇରାନ ଏକତରଫା ଭାବେ ଜାରି ରଖିଥିବା ନିଜ ପରମାଣୁ କାର୍ଯ୍ୟକ୍ରମକୁ ମଧ୍ୟ ଆମେରିକା ବିରୋଧ କରିଆସୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking