19.1 C
Bhubaneswar
Tuesday, January 28, 2025
Homeଦେଶ ବିଦେଶନୂଆବର୍ଷରେ ଇରାନର ପରମାଣୁ ପରୀକ୍ଷା

ନୂଆବର୍ଷରେ ଇରାନର ପରମାଣୁ ପରୀକ୍ଷା

ନୂଆଦିଲ୍ଲୀ :  ନୂଆବର୍ଷରେ ଇରାନ କରିପାରେ ପରମାଣୁ  ପରୀକ୍ଷା । ଯଦି ଏଭଳି ହୁଏ ବଡ ବଡ ଦେଶମାନଙ୍କ  ମୁଣ୍ଡବିନ୍ଧା ହେବାର ସମସ୍ୟା ରହିଛି । ଇରାନ ଆଇଏଇଏ  ଠାରୁ  ନିଜର ପରମାଣୁ କାଯ୍ୟକ୍ରମ ଲୁଚାଉଥିଲା । ଏବେ ସେ ଆଇଏଇଏ  ରିପୋର୍ଟ ପ୍ରଦାନ କରି ୟୁରୋପୀୟ ଦେଶଗୁଡିକର ଚିନ୍ତା ବଢାଇଛି । ବାସ୍ତବରେ ଇରାନ କହିଛି ୟୁକ୍ରେନ ସମୃଦ୍ଧି  ପାଇଁ ୬ ହଜାର ନୂଆ ସେଣ୍ଟ୍ରି ଫ୍ୟୁଜ  ସ୍ଥାପନ କରିବାକୁ ବିଚାର କରିଛି । ଇରାନ ନିଜର ପରମାଣୁ ନୀତିରେ ପରିବର୍ତ୍ତନ  ଆଣିବା କଥା କହିଛି । ଟ୍ରମ୍ପ ଶପଥ ଗ୍ରହଣ କରିବାର ଦେଢ  ମାସ ଥିବା ବେଳେ  ଇରାନର ବଡ ଘୋଷଣା ରହିଛି । ଫ୍ୱାଶିଂଟନରୁ  ପ୍ୟାରିସ ପୟ୍ୟନ୍ତ ହଇଚଇ ସ୍‌ୃଷ୍ଟି ହୋଇଛି । ଇରାନରୁ ଏହି ୨ଟି ବଡ ଖବର ସାମ୍ନାକୁ ଆସୁଛି । ଆଇଏଇଏ ବୋର୍ଡ ବୈଠକ ପରେ ଇରାନ ଏହି ଘୋଷଣା କରିଛି । ଇରାନ ତାର ସମୃଦ୍ଧ ୟୁରେନିୟମ ଭଣ୍ଡାରକୁ  ୬୦ ପ୍ରତିଶତ ରେ  ସୀମିତ  ରଖିବାକୁ  କହିଥିଲା । ଇରାନ ସର୍ତ୍ତ ରଖିଥିଲା ବୋର୍ଡ ଏହା ବିରୋଧରେ କୌଣସି ସଂକଳ୍ପ ପାରିତ  କରିବ ନାହିଁ । କିନ୍ତୁ ଏହା ପରେ ୟୁରୋପୀୟ ଦେଶମାନଙ୍କ ଅନୁରୋଧକ୍ରମେ  ଇରାନ ବିରୋଧରେ ପ୍ରସ୍ତାବ ଅଣାଯାଇଥିଲା । ଇରାନ ସ୍ୱୀକାର କରିଛି ୟୁରୋପୀୟ  ଦେଶମାନେ କେବେ ବି  ସହଜରେ ରାଜି ହେବେ ନାହିଁ । ଡୋନାଲ୍ଡ ଟ୍ରମ୍ପ ଇରାନ  ବିରୋଧରେ ସବୁବେଳେ କଠୋର ଆଭିମୁଖ୍ୟ ରଖିଛନ୍ତି । ୨୦୧୮ରେ ଟ୍ରମ୍ପ ଇରାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଇରାନର ଭୟ, ଆମେରିକାର କଠୋରତା ଇରାନ ବିରୋଧରେ ବଢିବାକୁ ଯାଉଛି । ଟ୍ରମ୍ପ ରାଷ୍ଟ୍ରପତି  ଆସନରେ ବସିବା ପୂର୍ୱରୁ ପରମାଣୁ  ପରୀକ୍ଷଣ କରିବ ଇରାନ । ଟ୍ରମ୍ପଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି ଖାମକେଇ । ଇରାନ ପାଇଁ ଫ୍ୱାଶିଂଟନରୁ ପ୍ୟାରିସ ପଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଛି । ଇରାନକୁ ରୋକିବଆ ପାଇଁ ବ୍ରିଟେନ , ଫ୍ରାନ୍ସ ଓ ଜର୍ମାନୀ ଆଲୋଚନା ଆରମ୍ଭ କରିଛନ୍ତି । ଇରାନର ପରମାଣୁ କାଯ୍ୟକ୍ରମକୁ ନେଇ ୟୁରୋପରେ ଭୟ ରହିଛି । ଇରାନ ପରମାଣୁ ଶକ୍ତି ହାସଲ କରେ ତେବେ ଇସ୍ରାଏଲ ନୁହେଁ ଟ୍ରମ୍ପଙ୍କ ପାଇଁ  ମଧ୍ୟ ଏହାକୁ  ନିୟନ୍ତ୍ରଣ କରିବା ଅସମ୍ଭବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking