24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ

ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ

ନୂଆଦିଲ୍ଲୀ : ଇସ୍ରାଏଲ ବିରୋଧରେ ଇରାନ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରିଛି। ମଙ୍ଗଳବାର ରାତିରେ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରି ଇସ୍ରାଏଲ ଉପରକୁ ୧୮୧ଟି କ୍ଷେପଣାସ୍ତ୍ର ମାଡ କରିଛି। ଇସ୍ରାଏଲ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ ମାଡ କରିଥିବା ବିଷୟ ଇରାନ ସ୍ୱୀକାର କରିବା ପରେ ବିଶ୍ୱରେ ଆଉ ଏକ ବଡ ଯୁଦ୍ଧ ଘନେଇଛି। କାରଣ କ୍ଷେପଣାସ୍ତ୍ର ମାଡ କରି ଇରାନ ବଡ ଭୁଲ କରିଛି। ଇରାନକଚ ଏହାର ଚରମ ପରିଣାମ ଭୋଗିବାକୁ ପଡ଼ିବ ଏବଂ ଏହି ଆକ୍ରମଣର କଡା ଜବାବ ଦିଆଯିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି।
କ୍ଷେପଣାସ୍ତ୍ର ମାଡରେ ଜଣେ ପାଲେଷ୍ଟାଇନ୍‌‌ ନିହତ ହୋଇଥିବା ଇସ୍ରାଏଲ ଏକ ଭିଡ଼ିଓ ପୋଷ୍ଟ କରି ସୂଚନା ଦେଇଛି। ଆକ୍ରମଣ ପରେ ଇସ୍ରାଏଲ ତାହାର ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଛି। ତେବେ ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ ଇରାନ ମଙ୍ଗଳବାର ରାତିରେ ୧୮୧ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ପ୍ରାୟ ଏକବର୍ଷ ହେବ ଇସ୍ରାଏଲ ବିରୋଧରେ ଇରାନ ପରୋକ୍ଷ ଯୁଦ୍ଧ ଚଳାଇଥିଲା। ଗାଜାର ହମାସ, ଲେବାନନର ହେଜବୋଲ୍ଲା ଓ ୟେମେନସ୍ଥିତ ହୁତି ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଇସ୍ରାଏଲ ଉପରେ ଇରାନ ପରୋକ୍ଷ ଯୁଦ୍ଧ ଚଳାଇଥିଲା। ଏବେ ଏହା ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରିଛି। ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କତା ଜାରି କରାଯାଇଛି। ସହାୟତା ଲାଗି ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ସହାୟତା ଲାଗି ୨୪ଘଣ୍ଟିଆ ହେଲପଲାଇନ ନଂ ୯୭୨୫୪୭୫୨୦୭୧୧ ଓ ୯୭୨୫୪୩୭୨୮୩୯୨ ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking