28.1 C
Bhubaneswar
Saturday, October 5, 2024
Homeଖେଳଇରାନୀ କପ୍‌: ରାହାଣେ, ଶ୍ରେୟସ୍ ଓ ସର୍ଫରାଜ୍‌ଙ୍କ ଅର୍ଦ୍ଧଶତକ; ମୁମ୍ବାଇ ପ୍ରଥମ ଦିନ ୪/୨୩୭

ଇରାନୀ କପ୍‌: ରାହାଣେ, ଶ୍ରେୟସ୍ ଓ ସର୍ଫରାଜ୍‌ଙ୍କ ଅର୍ଦ୍ଧଶତକ; ମୁମ୍ବାଇ ପ୍ରଥମ ଦିନ ୪/୨୩୭

ଲକ୍ଷ୍ନୌ:  ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ୍ ଇରାନୀ କପ୍‌ର ପ୍ରଥମ ଦିନ ମୁମ୍ବାଇ ଟିମ୍ ସ୍ଥିତି ମଜଭୁତ କରିଛି । ଟିମ୍ ପ୍ରଥମ ଦିନ ଖେଳ ଶେଷ ବେଳକୁ ୪ ୱିକେଟ୍ ବିନିମୟରେ ୨୩୭ ରନ୍ କରିଛି । କ୍ୟାପ୍‌ଟେନ୍ ଆଜିଙ୍କ୍ୟ ରାହାଣେ ୮୬ ଏବଂ ସର୍ଫରାଜ୍ ଖାନ୍ ୫୪ ରନ୍ କରି ଅପରାଜିତ ରହିଛନ୍ତି । ପୂର୍ବରୁ ଶ୍ରେୟସ୍ ଆୟର ୫୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଅବଶିଷ୍ଟ ଭାରତ ପକ୍ଷରୁ ମୁକେଶ କୁମାର ତିନିଟି ଏବଂ ୟଶ୍ ଦୟାଲ୍ ଗୋଟିଏ ୱିକେଟ୍ ନେଇଛନ୍ତି ।
ସ୍ଥାନୀୟ ଇକାନା ଷ୍ଟାଡିୟମ୍‌ରେ ଟସ୍ ହାରି ବ୍ୟାଟିଂ ପାଇଥିବା ମୁମ୍ବାଇର ଆରମ୍ଭ ବହୁତ ଖରାପ ଥିଲା ଏବଂ ୬ ରନ୍‌ରେ ଦୁଇଟି ୱିକେଟ୍ ହରାଇଥିଲା । ପୃଥ୍ୱୀ ଶ’ ୪ ଏବଂ ହାର୍ଦ୍ଦିକ ତମୋରେ ଖାତା ଖୋଲିବା ପୂର୍ବରୁ ମୁକେଶଙ୍କ ଶିକାର ହୋଇଥିଲେ । ଏହାପରେ ମୁକେଶ ଓପ୍ନର୍ ଆୟୁଷ ମାହାତ୍ରେ(୧୯)ଙ୍କୁ ୱିକେଟ୍ ପଛରେ ଜୁରେଲଙ୍କ ହାତରେ କ୍ୟାଚ୍ କରାଇଥିଲେ । ୩ଟି ୱିକେଟ୍‌ର ଶୀଘ୍ର ପତନ ପରେ ରାହାଣେ ଓ ଶ୍ରେୟସ୍ ଆୟର ଇନିଂସ୍ ସମ୍ଭାଳି ଚତୁର୍ଥ ୱିକେଟ୍ ପାଇଁ ଶତକୀୟ ଭାଗୀଦାରି କରିଥିଲେ । ଆୟର ୫୭ ରନ୍ କରିଥିବା ବେଳେ ୟଶ୍ ଦୟାଲ୍‌ଙ୍କ ଶିକାର ହୋଇଥିଲେ । ଆୟର୍‌ଙ୍କ ପରେ ବ୍ୟାଟିଂ ପାଇଁ ଆସିଥିବା ସର୍ଫରାଜ ଖାନ୍ କ୍ୟାପ୍‌ଟେନ୍ ରାହାଣେଙ୍କ ସହ ୨୦୦ ରନ୍ ପାର କରାଇଥିଲେ । ଖରାପ ଆଲୋକ ଯୋଗୁଁ ପ୍ରଥମ ଦିନ ୬୮ ଓଭର୍ ଖେଳ ହୋଇଥିଲା । ଷ୍ଟମ୍ପ୍‌ସ ବେଳକୁ ମୁମ୍ବାଇ ୪ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା । ରାହାଣେ ୮୬ ଏବଂ ସର୍ଫରାଜ ୫୪ ରନ୍‌ରେ ବ୍ୟାଟିଂ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking