34.1 C
Bhubaneswar
Saturday, June 21, 2025
Homeଦେଶ ବିଦେଶନ୍ୟୁକ୍ଲିୟର ନନ୍-ପ୍ରୋଲିଫେରେସନ ଚୁକ୍ତିରୁ ଓହରିବ ଇରାନ

ନ୍ୟୁକ୍ଲିୟର ନନ୍-ପ୍ରୋଲିଫେରେସନ ଚୁକ୍ତିରୁ ଓହରିବ ଇରାନ

ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଘୋଷଣା କରିଛି ଯେ ଦେଶର ସଂସଦ ନ୍ୟୁକ୍ଲିୟର ନନ୍-ପ୍ରୋଲିଫେରେସନ ଚୁକ୍ତି (ଏନପିଟି)ରୁ ବାହାରିବା ପାଇଁ ଏକ ବିଲ୍ ପ୍ରସ୍ତୁତ କରୁଛି। ତେହେରାନ ଏହା ମଧ୍ୟ ଦୋହରାଇଛି ଯେ ସେ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ବିକାଶକୁ ବିରୋଧ କରୁଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସମାଇଲ ବାଘାଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ସମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ। ସରକାରଙ୍କୁ ସଂସଦୀୟ ବିଲ୍ କାର୍ଯ୍ୟକାରୀ କରିବାକୁ ପଡିବ, କିନ୍ତୁ ଏପରି ପ୍ରସ୍ତାବ କେବଳ ପ୍ରସ୍ତୁତ ହେଉଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ସଂସଦ ସହିତ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବୁ।”

ଇରାନ ୧୯୭୦ରେ ଏନପିଟି ଅନୁମୋଦନ କରିଥିଲା। ଯାହା ଦେଶଗୁଡିକୁ ଶାନ୍ତିପୂର୍ଣ୍ଣ ନ୍ୟୁକ୍ଲିୟର ଶକ୍ତି ବ୍ୟବହାରର ଅଧିକାର ଦେଇଥାଏ। କିନ୍ତୁ ନ୍ୟୁକ୍ଲିୟର ଅସ୍ତ୍ର ବିକାଶ କରିବାକୁ ହେଲେ ଜାତିସଂଘର ନ୍ୟୁକ୍ଲିୟର ନିରୀକ୍ଷକ ସଂସ୍ଥା ଆଇଏଇଏ ସହିତ ଯୋଗାଯୋଗ କରିବାକୁ ବାଧ୍ୟ କରିଥାଏ। ଏହି ପଦକ୍ଷେପ ଇସ୍ରାଏଲ ଦ୍ୱାରା ଇରାନର ନ୍ୟୁକ୍ଲିୟର ଓ ବାଲିଷ୍ଟିକ ମିସାଇଲ କାର୍ଯ୍ୟକ୍ରମକୁ ଲକ୍ଷ୍ୟ କରି ଆକ୍ରମଣ ପରେ ଆସିଛି। ଯେଉଁଥିରେ ତେହେରାନ ଏବଂ ଅନ୍ୟ ଅଞ୍ଚଳ ମାନଙ୍କରେ ୨୨୪ ଜଣଙ୍କ ମୃତ୍ୟୁ ହୋଇଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ କହିଛନ୍ତି ଯେ ଇରାନ ନ୍ୟୁକ୍ଲିୟର ଅସ୍ତ୍ର ବିକାଶ କରିବାର ଇଚ୍ଛା ରଖେ ନାହିଁ। କିନ୍ତୁ ଦେଶ ଶାନ୍ତିପୂର୍ଣ୍ଣ ନ୍ୟୁକ୍ଲିୟର ଶକ୍ତି ଏବଂ ଗବେଷଣାର ଅଧିକାରକୁ ଅନୁସରଣ କରିବ। ଦେଶର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ବିରୋଧୀ ଧାର୍ମିକ ନିର୍ଦେଶକୁ ସେ ପୁନର୍ବାର ଦୋହରାଇଛନ୍ତି।

ତେବେ, ଅନ୍ତର୍ଜାତୀୟ ଆଟୋମିକ ଏନର୍ଜି ଏଜେନ୍ସି (ଆଇଏଇଏ)ର ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ଇରାନ ପାଖରେ ବର୍ତ୍ତମାନ ଏତେ ସମୃଦ୍ଧ ଇଉରାନିୟମ ଅଛି ଯାହା ଆବଶ୍ୟକ ହେଲେ କିଛି ନ୍ୟୁକ୍ଲିୟର ବୋମା ତିଆରି କରିପାରିବ। ୨୦୧୮ରେ ଆମେରିକା ଇରାନର ନ୍ୟୁକ୍ଲିୟର କାର୍ଯ୍ୟକ୍ରମକୁ ସୀମିତ କରିବା ପାଇଁ ଏକ ଚୁକ୍ତିରୁ ଓହାରି ଯିବା ପରେ ଇରାନର ନ୍ୟୁକ୍ଲିୟର କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗକୁ ବଢିଛି। ଆଇଏଇଏ ଗତ ସପ୍ତାହରେ ରିପୋର୍ଟ କରିଛି ଯେ ଇରାନ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏନପିଟିର ନିୟମକୁ ବାଧ୍ୟବାଧକତା ଉଲ୍ଲଂଘନ କରିଛି। ଇରାନ ନ୍ୟୁକ୍ଲିୟର କାର୍ଯ୍ୟକ୍ରମକୁ ଶକ୍ତି ଉତ୍ସର୍ଜନ ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ସହ ସମୃଦ୍ଧ ନ୍ୟୁକ୍ଲିଅର ହାସଲ କରିସାରିଛି। ଯେଉଁଥିରୁ ଇରାନ ନ୍ୟୁକ୍ଲିଅର ବମ ବନାଇବାରେ ଉପଯୋଗ କରିପାରେ ବୋଲି ଇରାନର ନ୍ୟୁକ୍ଲିଅର ପ୍ରୋଗ୍ରାମର ମୁଖ୍ୟ ଧମକ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking