18.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶରାଜଧାନୀ ବଦଳାଇବ ଇରାନ

ରାଜଧାନୀ ବଦଳାଇବ ଇରାନ

ତେହେରାନ: ଭାରତର ବନ୍ଧୁ ଇରାନ ନିଜର ରାଜଧାନୀ ବଦଳାଇବା ନେଇ ବିଚାର କରୁଛି । ଇରାନ ତା’ର ରାଜଧାନୀ ତେହେରାନରୁ ଦକ୍ଷିଣ ଉପକୂଳରେ ସହର ମକ୍ରାନକୁ ସ୍ଥାନାନ୍ତର କରିବାକୁ ଯୋଜନା ଉପରେ ବିଚାର କରୁଛି। ସବୁଠାରୁ ଅଧିକ ମୁସଲମାନ ଜନସଂଖ୍ୟା ଥିବା ଦେଶ ଇଣ୍ଡୋନେସିଆ ମଧ୍ୟ ଜାକର୍ତ୍ତାରୁ ନିଜର ରାଜଧାନୀ ସ୍ଥାନାନ୍ତର କରିଛି। ନିକଟରେ ସରକାରଙ୍କ ମୁଖପାତ୍ର ଫତମେହ ମୋହଜରାନୀ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ନୂଆ ରାଜଧାନୀ ନିଶ୍ଚିତ ଭାବେ ଦକ୍ଷିଣରେ, ବିଶେଷ କରି ମକ୍ରାନ ଅଞ୍ଚଳରେ ଅବସ୍ଥିତ ହେବ ବୋଲି ସେ କହିଛନ୍ତି। ଇରାନର ବର୍ତ୍ତମାନର ରାଜଧାନୀ ତେହେରାନ ଏକ ବହୁ ପୁରୁଣା ସହରରେ ପରିଣତ ହୋଇଛି ।

ବଢୁଥିବା ଜନସଂଖ୍ୟା, ଜଳ ସଙ୍କଟ ଓ ବିଜୁଳି ଅଭାବ କାରଣରୁ ଏହାକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଇସ୍ରାଏଲ ବିପଦରୁ ରକ୍ଷା ପାଇବା ମଧ୍ୟ ଏହାର ଏକ କାରଣ ବୋଲି କୁହାଯାଉଛି । ବର୍ତ୍ତମାନର ରାଜଧାନୀ ତେହେରାନ ଏବଂ ଇସ୍ରାଏଲ ମଧ୍ୟରେ ଦୂରତା ୧୬୦୦ କିଲୋମିଟର । ସେହିପରି ଇସ୍ରାଏଲଠାରୁ ୨୫୦୦ କିଲୋମିଟର ଦୂରରେ ରହିବ ମକ୍ରାନ । ତେବେ ତୁରନ୍ତ ରାଜଧାନୀ ବଦଳାଯାଉ ନାହିଁ ବୋଲି ଫତାହ କହିଛନ୍ତି। କିନ୍ତୁ ତେହେରାନର ବଢୁଥିବା ଜନସଂଖ୍ୟା ଏବଂ ପରିବେଶ ଗତ ଆହ୍ୱାନଗୁଡ଼ିକର ଏକ ଗଭୀର ବିଶ୍ଳେଷଣ ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଇରାନର ଏହି ପଦକ୍ଷେପ ଭାରତ ପାଇଁ ଖୁସି ଖବରଠାରୁ କମ୍ ନୁହେଁ । କାରଣ ଏହା ଭାରତର ନିକଟରେ ରହିବ । ପୁଣି ଭାରତ ଦ୍ୱାରା ନିର୍ମିତ ଚାବାହାର ବନ୍ଦର ନିକଟରେ ଏହି ସହର ଅବସ୍ଥିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking