30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଇସ୍ରାଏଲ ଏୟାର ଷ୍ଟ୍ରାଇକ ପରେ କଡ଼ା ଭାଷାରେ ନିନ୍ଦା କରିଛି ଇରାନ

ଇସ୍ରାଏଲ ଏୟାର ଷ୍ଟ୍ରାଇକ ପରେ କଡ଼ା ଭାଷାରେ ନିନ୍ଦା କରିଛି ଇରାନ

ନୂଆଦିଲ୍ଲୀ : ଇରାନର ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ପରେ ମଧ୍ୟପ୍ରାଚ୍ୟର ସ୍ଥିତି ଆହୁରି ଭୟଙ୍କର ହୋଇଛି। ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକକୁ ଇରାନ କଡ଼ା ଭାଷାରେ ନିନ୍ଦା କରିଛି। ଏପରି ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ଓ ଇରାନ ନିଜର ଆତ୍ମରକ୍ଷା ପାଇଁ କିଛି ବି କରିବାର ଅଧିକାର ରଖିଥିବା ମଧ୍ୟ ତେହରାନ ପକ୍ଷରୁ କୁହାଯାଇଛି। ତେବେ ଗୋଟିଏ ବିବୃତିରେ ଇରାନର ବୈଦେଶିକ ମନ୍ତ୍ରୀ ଶନିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣକୁ ଉତ୍ତେଜନା ବୃଦ୍ଧି କରିବାର ପଦକ୍ଷେପ ବୋଲି କହିଛନ୍ତି। ବିବୃତିରେ ବିଦେଶୀ ଆକ୍ରମଣ ଓ ଉତ୍ତେଜନାର ଜବାବ ଦେବାକୁ ଇରାନ ଅଧିକାର ରହିଛି।

ଆତ୍ମରକ୍ଷା ପାଇଁ ଜାତିସଂଘ ଚାର୍ଟର ଧାରା ୫୧ରେ ମଧ୍ୟ ଉଲ୍ଲେଖ କରିଛି। ଅସ୍ତ୍ରଶସ୍ତ୍ର ଦ୍ୱାରା ବିଦେଶ ରାଷ୍ଟ୍ର କରୁଥିବା ଆକ୍ରମଣ ବିରୋଧରେ ଗୋଟିଏ ଦେଶ ନିଜର ଆତ୍ମରକ୍ଷା ପାଇଁ ଫୋର୍ସକୁ ବ୍ୟବହାର କରିପାରିବ ବୋଲି ଜାତିସଂଘ ଚାର୍ଟରରେ ଉଲ୍ଲେଖ ଥିବା କହି ଇରାନ ପରୋକ୍ଷରେ ଆକ୍ରମଣର ଚେତାବନୀ ଦେଇଛି। ଇରାନ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଞ୍ଚଳିକ ସ୍ଥିରତା ପଡ଼ୋଶୀ ଦେଶଗୁଡ଼ିକର ବ୍ୟକ୍ତିଗତ ଓ ସାମୂହିକ ଦାୟିତ୍ୱ ବୋଲି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସେପଟେ ଗାଜା ଓ ଲେବାନନରେ ଇସ୍ରାଏଲାର ଚଳାଇଥିବା ନରସଂହାର ଭିତରେ ଇରାନରେ ଆକ୍ରମଣ କରିବା ଘଟଣାକୁ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିବାରୁ ଇରାନ ପକ୍ଷରୁ ଉକ୍ତ ବିବୃତିରେ କୃତଜ୍ଞତା ଜଣାଯାଇଛି। ଇସ୍ରାଏଲ ପକ୍ଷରୁ ଆଜି ଇରାନର ଏକାଧିକ ସହରରରେ ଥିବା ସାମରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକୁ ତୁର୍କୀ, ଓମାନ, ଇରାକ, ମ୍ୟାଲେସିୟା ଓ ୟୁଏଇ ଭଳି ଦେଶ ଗୁଡ଼ିକ ନିନ୍ଦା କରିଛନ୍ତି। ଇରାନ ବୈଦେଶିକ ମନ୍ତ୍ରୀ ଜାରି କରିଥିବା ବିବୃତିରେ ଆହୁରି କୁହାଯାଇଛି ଯେ ଇହୁଦୀ ସରକାର ଜବରଦଖଲ, ବେଆଇନ କାର୍ଯ୍ୟାନୁଷ୍ଠାନ ବିଶେଷ କରି ପାଲେଷ୍ଟାଇବାସୀଙ୍କ ନରସଂହାର ଓ ଲେବାନନରେ ଉତ୍ତଜେନା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking