27.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଟ୍ରମ୍ପଙ୍କ ପରମାଣୁ ବୁଝାମଣା ପ୍ରସ୍ତାବକୁ ଇରାନର ଅଗ୍ରାହ୍ୟ

ଟ୍ରମ୍ପଙ୍କ ପରମାଣୁ ବୁଝାମଣା ପ୍ରସ୍ତାବକୁ ଇରାନର ଅଗ୍ରାହ୍ୟ

ୱାଶିଂଟନ: ଆମେରିକା ପକ୍ଷରୁ ଇରାନ୍‌କୁ ଦିଆଯାଇଥିବା ପରମାଣୁ ବୁଝାମଣା ପ୍ରସ୍ତାବକୁ ଇରାନ୍ ଅଗ୍ରାହ୍ୟ କରିଦେଇଛି। ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କୁ ଏକ ଚିଠି ଲେଖି ପରମାଣୁ ବୁଝାମଣା କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଇରାନ ଏହାକୁ ଅଗ୍ରାହ୍ୟ କରିଦେଇଛି। ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ ଏସମ୍ପର୍କରେ ସୂଚନା ଦେବା ସମୟରେ ଧମକ ଦେବା ପରିପ୍ରେକ୍ଷୀରେ କହିଥିଲେ ଯେ, ଇରାନ ଯଦି ଆମେରିକା ସହ ପରମାଣୁ ବୁଝାମଣା ନ କରିବ ତେବେ ଇରାନ୍ ପାଇଁ ପରିସ୍ଥିତି ଖରାପ ହେବ। ଏପରି ଧମକ ସତ୍ତ୍ୱେ ଟ୍ରମ୍ପଙ୍କ ପକ୍ଷରୁ ଗୁରୁବାର ଦିଆଯାଇଥିବା ପ୍ରସ୍ତାବକୁ ଶୁକ୍ରବାର ଖାମନେଇ ଅଗ୍ରାହ୍ୟ କରିଦେଇଛନ୍ତି। ଫକ୍ସ ବିଜନେସ୍ ନେଟୱର୍କକୁ ଏକ ସାକ୍ଷାତ୍‌କାରରେ ଟ୍ରମ୍ପ ଆଶା କରିଥିଲେ ଯେ ଇରାନ ପରମାଣୁ ବୁଝାମଣାଲାଗି ଆଗ୍ରହ ପ୍ରକାଶ କରିବ। ମାତ୍ର ଟ୍ରମ୍ପଙ୍କ ଏହି ଆଶା ନିରାଶାରେ ପରିଣତ ହୋଇଛି। ପରମାଣୁ ଅସ୍ତ୍ର ବୁଝାମଣାକୁ ନେଇ ୨୦୧୮ରୁ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଲାଗିରହିଛି।

ଅନ୍ୟପକ୍ଷେ ରୁଷ୍ ଉପରେ ଟିକସ, ବ୍ୟାଙ୍କ ଓ ଅନ୍ୟାନ୍ୟ କଟକଣା ଲାଗୁ କରିବାକୁ ଟ୍ରମ୍ପ କହିଛନ୍ତି। ୟୁକ୍ରେନ ସହିତ ଶାନ୍ତି ବୁଝାମଣା ହେବା ପର୍ଯ୍ୟନ୍ତ ରୁଷ୍ ଉପରେ କଟକଣା ଲାଗୁ ଜାରି ରହିବ। କିଛି ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ରୁଷ୍ ଉପରେ ଆମେରିକା ଲାଗୁ କରିଥିବା ବିଭିନ୍ନ କଟକଣାକୁ ହଟାଯିବ। ଏପରିକି ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରାଯାଇ ରୁଷ୍ ସହିତ ଆମେରିକା ତାର ସମ୍ପର୍କକୁ ସ୍ୱାଭାବିକ କରିବ ବୋଲି ଟ୍ରମ୍ପ ଗତ ମଙ୍ଗଳବାର କହିଥିଲେ। ମାତ୍ର ଶୁକ୍ରବାର ଟ୍ରମ୍ପ ତାଙ୍କ ମତ ବଦଳାଇବା ପୂର୍ବକ ରୁଷ୍ ଉପରେ ଶୁଳ୍କ ଓ ଅନ୍ୟାନ୍ୟ କଟକଣା ଲଗାଇବାକୁ କହିଛନ୍ତି। ତେବେ ରୁଷ୍ ଏବଂ ଇରାନ୍ ମଧ୍ୟରେ ସମ୍ପର୍କ ବେଶ୍ ଭଲ ରହିଥିବା ବେଳେ ଏହା ଟ୍ରମ୍ପ୍‌ଙ୍କ ପାଇଁ ଆଉ ଏକ ଶକ୍ତ ଝଟ୍‌କା ସଦୃଶ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking