ବ୍ୟୁରୋ : ଇରାନ ଇସରାଏଲ ସହିତ ଯୁଦ୍ଧ କରିବା ପାଇଁ ଅଣ୍ଟା ଭିଡିଛି । ଏନେଇ ଇରାନ ଏବଂ ଆରବ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ଆମେରିକୀୟ ଖବରକାଗଜ ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଇରାନ ପଠାଇଥିବା କୂଟନୈତିକ ବାର୍ତ୍ତାରେ କୁହାଯାଇଛି ଯେ ଏଥର ସେହି ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଯାଉଛି ଯାହା ପୂର୍ବ ଦୁଇଟି ଆକ୍ରମଣରେ ବ୍ୟବହୃତ ହୋଇ ନ ଥିଲା।
ଖବର ଅନୁଯାୟୀ, ଇରାନ ଏଥର ଦୁଇଗୁଣ ବଳ ସହିତ ଆକ୍ରମଣ କରିବ। ଏହା ଦାବି ହେଉଛି ଯେ ଏହା ଇସ୍ରାଏଲ ଉପରେ ୪୦୦ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ଯାଉଛି। ତେହେରାନ ଏହାର ଚତୁର୍ଥ ପିଢ଼ିର କ୍ଷେପଣାସ୍ତ୍ର ‘ଖୁର୍ରମଶହର-୪’ ବ୍ୟବହାର କରିବାକୁ ଯାଉଛି।
ଇରାନର ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୨୦୦୦ କିଲୋମିଟର ରହିଛି ବୋଲି କୁହାଯାଉଛି। ୧୫୦୦ରୁ ୧୮୦୦ କିଲୋଗ୍ରାମ ୱାରହେଡ୍ ବହନ କରିବାର କ୍ଷମତା ‘ଖୁର୍ରମଶହର-୪’ ର ରହିଛି। ବାୟୁମଣ୍ଡଳ ବାହାରେ ଏହା ମ୍ୟାକ୍-୧୬ ବେଗରେ ଉଡିଥାଏ। ଯେତେବେଳେ କି ପୃଥିବୀର ବାୟୁମଣ୍ଡଳରେ ଏହାର ଗତି ମ୍ୟାକ୍ -୮ ଅଟେ। ଏଥିରେ ୱାରହେଡ୍ ମିଡ୍ ଫ୍ଲାଇଟ୍ ନିୟନ୍ତ୍ରଣ ଏବଂ ମାର୍ଗଦର୍ଶନ କରିବାର କ୍ଷମତା ଅଛି। କେତେକ ରିପୋର୍ଟରେ ଏହାର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ବୋଲି କୁହାଯାଉଛି।ହା ଭାରତୀୟ ସମୟ ବୁଧବାର ସକାଳ ୪ଟା ୩୦ପର୍ୟ୍ୟନ୍ତ ଜାରି ରହିବ। ଏଭଳି ପରିସ୍ଥିତିରେ ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ପ୍ରତିଶୋଧ ନେଇପାରେ ବୋଲି ଅନୁମାନ କରାଯାଉଛି।