17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଗୋଟିଏ ଦିନରେ ୧୧ ଜଣଙ୍କୁ ଫାଶୀ ଦେଲା ଇରାନ

ଗୋଟିଏ ଦିନରେ ୧୧ ଜଣଙ୍କୁ ଫାଶୀ ଦେଲା ଇରାନ

ନୂଆଦିଲ୍ଲୀ: ଗୋଟିଏ ଦିନରେ ୧୧ କଏଦୀଙ୍କୁ ଏକଥରକରେ ଫାଶୀ ଦେଇଛି ଇରାନ । କଏଦୀଙ୍କୁ ଫାଶୀ ଦେବା ପରେ ମାନବ ଅଧିକାର ସଂଗଠନ ଇରାନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି । ଗତକାଲି ନରୱେର ହେଙ୍ଗାବ ଏବଂ ଇରାନର ହାଲଓ୍ବଶ ଗୋଷ୍ଠୀ କହିଛନ୍ତି ଯେ ମୃତ୍ୟୁଦଣ୍ଡ ପାଇଥିବା କଏଦୀଙ୍କ ମଧ୍ୟରୁ ୭ ଜଣ କଏଦୀଙ୍କୁ ମଧ୍ୟ ଇରାନର ୟଜଦ ସେଣ୍ଟ୍ରାଲ ଜେଲରେ ଏବଂ ବାକି ୪ଜଣଙ୍କୁ ଦକ୍ଷିଣ ପୂର୍ବର ଜାହେଦାନ ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଛି । ସୂଚନା ଅନୁଯାୟୀ ଫାଶୀ ଦିଆଯାଇଥିବା ବନ୍ଦୀମାନେ ହତ୍ୟା ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମାନବ ଅଧିକାର ଗୋଷ୍ଠୀର ରିପୋର୍ଟ ଅନୁଯାୟୀ ସପ୍ତାହର ବୁଧବାରରୁ ରବିବାର ମଧ୍ୟରେ ଇରାନ ଜେଲରେ ଅତି କମରେ ୩୪ ଜଣ କଏଦୀଙ୍କୁ ଫାଶୀ ଦିଆଯାଇଛି । ଇରାନ ଇଣ୍ଟରନ୍ୟାସନାଲର ଖବର ଅନୁଯାୟୀ ତାଙ୍କ ପରିବାରକୁ ଶେଷ ସାକ୍ଷାତ ପାଇଁ ମଧ୍ୟ ଡକାଯାଇଛି ।ମହମ୍ମଦ-ଖିଆରେହ ମାତ୍ର ୧୯ ବର୍ଷ ବୟସରେ ‘ଶାସନ ବିରୋଧୀ ଗୋଷ୍ଠୀର ସଦସ୍ୟତା’ ମାଧ୍ୟମରେ ‘ଭଗବାନଙ୍କ ବିରୋଧରେ ଯୁଦ୍ଧ କରିବା’ ଅଭିଯୋଗରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking