21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପୁଣି ଇସ୍ରାଏଲ ଉପରେ ମିଶାଇଲ ମାଡ କଲା ଇରାନ: ୬ ମୃତ

ପୁଣି ଇସ୍ରାଏଲ ଉପରେ ମିଶାଇଲ ମାଡ କଲା ଇରାନ: ୬ ମୃତ

ତେହେରାନ: ସୋମବାର ଇରାନ କାତାରରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ସୀମିତ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଏବଂ ଇରାନ ଏକ “ସମ୍ପୂର୍ଣ୍ଣ ଯୁଦ୍ଧବିରତି” ପାଇଁ ରାଜି ହୋଇଛନ୍ତି, ଯାହା ଦ୍ୱାରା ଆମେରିକୀୟ ପରମାଣୁ ସ୍ଥାନ ଉପରେ ବୋମା ମାଡ଼ର ପ୍ରତିଶୋଧ ନିଆଯାଇଛି। କିନ୍ତୁ ପ୍ରସ୍ତାବର ପ୍ରଥମ ସମୟସୀମା ପରେ ଇସ୍ରାଏଲ ଉପରେ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସମ୍ଭାବ୍ୟ ଯୁଦ୍ଧବିରତିର ସ୍ଥିତି ଅସ୍ଥାୟୀ ରହିଛି। ପୁଣି ଇସ୍ରାଏଲ ଉପରେ ମିସାଇଲ୍ ମାଡ କଲା ଇରାନ । ଯୁଦ୍ଧ ବିରତି ପରେ ବି ଇସ୍ରାଏଲ ଉପରେ ଇରାନ କଲା ବଡ ହମଲା । ୧ ଘଣ୍ଟା ଭିତରେ ତିନି ତିନି ଥର ବଡ ଆକ୍ରମଣ କରିଛି ଇରାନ୍ । ଭୋର୍ ୪ଟା ବେଳେ ଆକ୍ରମଣ କରିଥିବା ସୂଚନା । ତେବେ ଇରାନର ମିସାଇଲ୍ ମାଡରେ ୬ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ହୋଲି ସୂଚନା ମିଳିଛି ।

ସେପଟେ ଇରାନ-ଇସ୍ରାଏଲ ମଧ୍ୟରେ ଆମେରିକା ଯୁଦ୍ଧ ବନ୍ଦ କରିଥିବା କୁହାଯାଉଥିବା ବେଳେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରି କେଉଁ ବାର୍ତ୍ତା ଦେଲା ତାହା ଏବେ ସ୍ପଷ୍ଟ ବୁଝି ହେଉଛି । ଇରାନ୍ ଇସ୍ରାଏଲକୁ ଶେଷ ମୁହୂର୍ତ୍ତ ଯାଏଁ ଲଢେଇ କରିବାର କ୍ଷମତା ରଖିଛି ବୋଲି ସଂକେତ ଦେବା ସହ ଆମେରିକାକୁ ମଧ୍ଯ ଚେତେଇଦେଲା କି ଚାପରେ ଇରାନ କେବେ ମୁଣ୍ଡ ନୁଆଁଇବନି ବୋଲି ।ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି- ଶେଷ ମୁହୂର୍ତ୍ତ ଯାଏଁ ଆମେ ହମଲା କରିବୁ । ଆମର ଶକ୍ତିଶାଳୀ ସେନାବାହିନୀ ଶେଷ ସମୟ ଯାଏଁ ଇସ୍ରାଏଲକୁ ଦଣ୍ଡ ଦେଇଚାଲିଥିବେ । ଇରାନବାସୀଙ୍କ ସମେତ ସେନାକୁ ଧନ୍ୟବାଦ ଦେଇଛନ୍ତି ଆବାସ୍ । କହିଛନ୍ତି ଜୀବନର ଶେଷ ରକ୍ତ ବୁନ୍ଦା ଯାଏଁ ସେମାନେ ଦେଶର ରକ୍ଷା କରିବାକୁ ଲଢେଇ କରିଛନ୍ତି । ତେବେ ଯୁଦ୍ଧରେ ବିରାମ ପରେ ଇରାନର ପୁନଶ୍ଚ ଆକ୍ରମଣ କଣ ସୂଚନା ଦେଉଛି । ଟ୍ରମ୍ପଙ୍କ ଏହି ଘୋଷଣାକୁ ଇରାନ ଖାତିର କରୁନି କି ନା ପୁଣି ଘନେଇବ ଯୁଦ୍ଧ ଆଶଙ୍କା । ଯେମିତି ଚାଲିଥିଲା ସେମିତି ଚାଲିବ କି ଯୁଦ୍ଧ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking