21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଆମେରିକାର ଗର୍ବ ଭାଙ୍ଗିଲା ଇରାନ

ଆମେରିକାର ଗର୍ବ ଭାଙ୍ଗିଲା ଇରାନ

ତେହେରାନ: ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇରାନ ତେଲ ଅଭିଭ ଉପରେ ୨୦୦ ମିଶାଇଲ୍‌ ମାଡ଼ କରିଥିଲା। ଇରାନର ଏହି ପ୍ରତିଆକ୍ରମଣ ପରେ କୁହାଯାଉଛି ଯେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ। ଆମେରିକା ଶାନ୍ତି ଚୁକ୍ତି ପାଇଁ ସାଉଦି ଆରବର ରାଜକୁମାର ମହମ୍ମଦ ବିନ ସଲମାନଙ୍କ ସହିତ ଯୋଗାଯୋଗ କରିଛି। ସଲମାନଙ୍କର ଇରାନ ଏବଂ ଇସ୍ରାଏଲ ଉଭୟଙ୍କ ସହିତ ଭଲ ସମ୍ପର୍କ ଅଛି। ଇସ୍ରାଏଲୀ ଆକ୍ରମଣ ମଧ୍ୟରେ ଇରାନ ଏକ ବଡ଼ ଦାବି କରିଛି। ଇରାନ କହିଛି ଯେ. ସେ ଇସ୍ରାଏଲୀ ବାୟୁସେନାର ୨ଟି ଲଢ଼ୁଆ ବିମାନକୁ ଖସାଇ ଦେଇଛି। ଏହି ଲଢ଼ୁଆ ବିମାନ ହେଉଛି F-୩୫ ଏବଂ ଏହାକୁ ଆମେରିକାର ସବୁଠାରୁ ଉନ୍ନତ ଜେଟ ବୋଲି ବିବେଚନା କରାଯାଏ। ଇରାନ ମଧ୍ୟ F-୩୫  ଉଡ଼ାଉଥିବା ଜଣେ ପାଇଲଟଙ୍କୁ ଧରିଥିବା ଦାବି କରିଛି। ତେହେରାନ ଟାଇମ୍ସ ଅନୁଯାୟୀ, ଏହି ଲଢ଼ୁଆ ବିମାନ ଇରାନର ବାୟୁସୀମାରେ ପ୍ରବେଶ କରିବା ମାତ୍ରେ ଇରାନ ଏହାକୁ ଗୁଳି କରି ଖସାଇ ଦେଇଥିଲା, ଯାହା ପରେ ପାଇଲଟ ପାରାଚୁଟ ବ୍ୟବହାର କରି ତଳକୁ ଓହ୍ଲାଇ ଆସିଥିଲେ। ପାଇଲଟ ତଳକୁ ଆସିବା ମାତ୍ରେ ତାଙ୍କୁ ଇରାନୀ ଅଧିକାରୀମାନେ ଧରି ନେଇଥିଲେ। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ କହିଛି ଯେ ଆମ ପାଖରେ ଏପର୍ଯ୍ୟନ୍ତ ଏପରି କୌଣସି ଖବର ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking