24.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଯୁଦ୍ଧ ବିରତି ପାଇଁ ରାଜି ହେଲା ଇରାନ

ଯୁଦ୍ଧ ବିରତି ପାଇଁ ରାଜି ହେଲା ଇରାନ

ନୂଆଦିଲ୍ଲୀ: ଶେଷରେ ଯୁଦ୍ଧ ବିରତି ପାଇଁ ରାଜି ହେଲା ଇରାନ । ୧୨ ଦିନ ଧରି ଇରାନ- ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡିଲା ପୂଣ୍ଣଚ୍ଛେଦ । ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣାକୁ ମାନିଛି ଇରାନ । ସକାଳ ୭.୩୦ରୁ ଯୁଦ୍ଧ ବିରତି ହଓଇଥିବା ନେଇ ଇରାନୀ ମିଡିଆରେ ପ୍ରକାଶ ପାଇଛି । ଇରାନ – ଇସ୍ରାଏଲ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ନେଇ ଅରାଜି ହେଉଥିଲା ଇରାନ । ଟ୍ରମ୍ପ ମଧ୍ୟସ୍ଥତା ହୋଇ ୧୨ ଦିନ ଧରି ଲାଗିଥିବା ଯୁଦ୍ଧରେ ସିଜଫାୟାର ଘୋଷଣା କରିଥିଲେ ବି ମାନି ନଥିଲା ଇରାନ ।  ଏଯାଏଁ କୌଣସି ଯୁଦ୍ଧ ବନ୍ଦ ନେଇ ଚୁକ୍ତିନାମା ହୋଇନି ବୋଲି ଇରାନ କହିଥିବା ବେଳେ ଇସ୍ରାଏଲ ଉପରେ ତାଜା ମିସାଇଲ୍ ମାଡ କରିଥିଲା । ଯେଉଁଥିରେ ୬ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ପରେ ଯୁଦ୍ଧ ବନ୍ଦ କଥାକୁ ସ୍ବୀକାର କରିଛି ଇରାନ ।ସେପଟେ ଇରାନ ଯୁଦ୍ଧ ବନ୍ଦ ନେଇ ଘୋଷଣା କରିବା ପରେ ଇସ୍ରାଏଲ ଆଶ୍ବସ୍ତ ହୋଇଛି । ଟ୍ରମ୍ପ ପୁଣି ଥରେ ଟୁଇଟ୍ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking