ନୂଆଦିଲ୍ଲୀ :ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର । ଐତିହାସିକ ଇଡେନ ଗାର୍ଡେନ୍ସରେ ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିୟନ୍ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମୁକାବିଲା । ଆଗାମୀ ୨ ମାସରୁ ଅଧିକ ସମୟ ଧରି ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ।