40.3 C
Bhubaneswar
Thursday, March 27, 2025
Homeଖେଳଆଇପିଏଲ୍ : ଗୁଜରାଟକୁ ୧୧ ରନରେ ହରାଇଲା ପଞ୍ଜାବ

ଆଇପିଏଲ୍ : ଗୁଜରାଟକୁ ୧୧ ରନରେ ହରାଇଲା ପଞ୍ଜାବ

ଅହମ୍ମଦାବାଦ : ଅହମ୍ମଦାବାଦରେ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ୧୧ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ । ୨୪୪ ରନର ପିଛା କରୁଥିବା ଗୁଜରାଟ ୨୦ ଓଭରରେ ୫ ୱିକେଟ ହରାଇ ୨୩୨ ହିଁ କରିପାରିଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୭୪ ରନ ଓ ଶୁଭମନ ଗିଲ୍ ୩୩ ରନ କରିଥିଲେ । ସେହିପରି ଜସ୍ ବଟଲର ୫୪ ରନ ଓ ସେରଫେନ ରଦରଫୋର୍ଡ ୪୬ ରନ କରିଥିଲେ । ପଂଜାବ ପକ୍ଷରୁ ଅର୍ଶଦୀପ ସିଂ ୨ଟି ୱିକେଟ ନେଇଥିବାବେଳେ ମାର୍କୋ ଜାନସେନ ଓ ଗ୍ଲେନ ମାକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ଆରମ୍ଭରୁ ପ୍ରଭସମିରନଜିତ ସିଂ (୫ ରନ) ୱିକେଟ ହରାଇଥିଲେ ବି ପ୍ରିୟାଂଶ ଆର୍ଯ୍ୟା ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଶ୍ରେୟସ ୪୨ ବଲରେ ୯୭ ରନ କରିଥିବାବେଳେ ଆର୍ଯ୍ୟା ୪୭ ରନ କରିଥିଲେ। ଅର୍ଥତ ଶ୍ରେୟସ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଆର୍ଯ୍ୟା ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଶେଷ ବେଳକୁ ମାର୍କସ ଷ୍ଟୋଇନିସ୍ ୨୦ ରନ କରିଥିବାବେଳେ ଶଶାଙ୍କ ସିଂ ୪୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୪୩ ରନ କରିଥିଲା। ଗୁଜରାଟ ପକ୍ଷରୁ ସାଇ କିଶୋର ୩ଟି ୱିକେଟ ନେଇଥିବାବେଳେ ରବାଡା ଓ ରଶିଦ ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking