ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୮ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟାନ୍ସ। ଗୁଜରାଟ ଦ୍ୱାରା ରଖାଯାଇଥିବା ୨୧୮ ରନର ଟାର୍ଗେଟର ଜବାବରେ ରାଜସ୍ଥାନ ୧୫୯ ରନ କରିପାରିଥିଲା । ଦଳ ପକ୍ଷରୁ ସିମରନ ହେଟମେୟର ୫୨ ରନ କରିଥିବାବେଳେ ସଂଜୁ ସାମସନ ୪୧ ରନ ଓ ରିୟାନ ପରାଗ ୨୬ ରନ କରିଥିଲେ ।କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ ।
ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୧୭ ରନ କରିଥିଲା । ଦଳର ଅଧିନାୟକ ଶୁଭମନ ଗିଲ୍ ମାତ୍ର ୨ ରନ କରି ଆଉଟ ହୋଇଥିବା ସତ୍ତ୍ୱେ ସାଇ ସୁଦର୍ଶନଙ୍କ ସହ ଜସ୍ ବଟଲର ଓ ଶାହରୁଖ ଖାଁଙ୍କ ମଧ୍ୟରେ ଦୁଇଟି ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ସାଇ ସୁଦର୍ଶନ ୮୨ ରନ କରିଥିବାବେଳେ ଜସ୍ ବଟଲର ଓ ଶାହରୁଖ ଖାଁ ୩୬ ରନ ଲେଖାଏଁ କରିଥିଲେ । ସେହିପରି ରାହୁଲ ତେୱାତିଆ ୨୪ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ମହିଶ ତିକସନା ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ ।