25.1 C
Bhubaneswar
Thursday, February 5, 2026
Homeଖେଳଆଇପିଏଲ୍‌: କୋଲକାତାକୁ ୩୯ ରନ୍‌ରେ ହରାଇଲା ଗୁଜରାଟ

ଆଇପିଏଲ୍‌: କୋଲକାତାକୁ ୩୯ ରନ୍‌ରେ ହରାଇଲା ଗୁଜରାଟ

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୩୯ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। କୋଲକାତା ନାଇଟ୍ ରାଇର୍ଡସକୁ ଗୁଜରାଟ ଟାଇଟନ୍ସ ପରାସ୍ତ କରିଛି। କୋଲକାତାର ଇର୍ଡେନ୍ ଗାର୍ଡେନ୍ସରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ‌କୋଲକାତା ୧୯୯ ରନ୍‌ର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୫୯ ରନ୍‌ ସଂଗ୍ରହ କରିପାରିଛି। ଫଳରେ ଗୁଜରାଟ ଠାରୁ ‌କୋଲକାତା ୩୯ ରନ୍‌ରେ ପରାସ୍ତ ହୋଇଛି।

କୋଲକାତା ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଶୁବମନ ଗିଲଙ୍କ ନେତୃତ୍ବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲା। ଗୁଜରାଟର ଇନିଂସ ଆରମ୍ଭ କରିଥିଲେ ସାଈ ସୁଦର୍ଶନ ଓ ଶୁବମନ୍ ଗିଲ। ଉଭୟ ଯୁବ ଖେଳାଳି ପ୍ରଥମ ୱିକେଟ୍ରେ ୧୧୪ ରନ୍ ଭାଗିଦାରୀ କରିଥିଲେ। କୋଲକାତାର ପ୍ରଥମ ଶିକାର ହୋଇଥିବା ସୁଦର୍ଶନ ବ୍ୟକ୍ତିଗତ ଭାବେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍ ସାମ୍ନା କରି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଗୁଜରାଟର ଅଧିନାୟକ ଶୁବମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବୈଭବ ଅରୋରାଙ୍କ ବଲ୍ରେ ଆଉଟ୍ ହୋଇ ପାଭଲିଅନ ଫେରିଯିବା ପୂର୍ବରୁ ସେ ୫୫ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୯୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୧୦ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ରାହୁଲ ତେୱାଟିଆ ଖାତା ନଖୋଲି ଆଉଟ୍ ହୋଇଥିଲେ। ଜୋସ୍ ବଟଲର ୨୩ଟି ବଲ୍ ଖେଳି ଅପରାଜିତ ୪୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୮ଟି ଚୌକା ସାମିଲ କରିଥିଲେ। ଶାହରୁଖ ଖାନଙ୍କ ବ୍ୟାଟ୍ରୁ ଗୋଟିଏ ଛକା ସହାୟତାରେ ୯ ରନ୍ ଅମଳ ହୋଇଥିଲା। କୋଲକାତା ପାଇଁ ବୈଭବ, ହର୍ଷିତ ରାଣା ଓ ଆନ୍ଦ୍ରେ ରସଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking